KC Venugopal briefly returns, AI flight makes emergency landing in Chennai

କେରଳ ୧୧/ଅଗଷ୍ଟ : ରବିବାର ତିରୁବନନ୍ତପୁରମରୁ ନୂଆଦିଲ୍ଲୀକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୨୪୫୫ କୁ ଏକ ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗର କାରଣରୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରିବାକୁ ବାଧ୍ୟ ହେବା ଘଟଣା ଘଟିଛି। ବିମାନର କ୍ରୁ ସଦସ୍ୟମାନେ ଉଡ଼ାଣ ଦ୍ୱାରା ସମୟରେ ଏକ ସନ୍ଦିଗ୍ଧ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ କରିଥିଲେ, ଯାହା ପରେ ସତର୍କତାମୂଳକ ପଦକ୍ଷେପ ଭାବରେ ବିମାନକୁ ଚେନ୍ନାଇ ରୂଟରେ ନେଯିଯାଯାଇଛି। ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଛି ବୋଲି ଏୟାର ଇଣ୍ଡିଆ ସୂଚନା ଦେଇଛି। ଏହି ବିମାନରେ ବରିଷ୍ଠ କଂଗ୍ରେସ ନେତା କେସି ଭେନୁଗୋପାଳ, ଆଦୂର ପ୍ରକାଶ, କେ. ସୁରେଶ, କେ. ରାଧାକୃଷ୍ଣନ ଏବଂ ତାମିଲନାଡୁର ସାଂସଦ ରବର୍ଟ ବ୍ରୁସ ମଧ୍ୟ ଯାତ୍ରା କରୁଥିଲେ। ଏହି ଅନୁଭବ ପରେ, ଭେନୁଗୋପାଳ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଆମେ ଅତ୍ୟନ୍ତ ଭୟଙ୍କର ଅବସ୍ଥାର ସମ୍ମୁଖୀନ ହେଲୁ ଓ ଭାଗ୍ୟବଶତଃ ରକ୍ଷା ପାଇଲୁ। ତେବେ ସେ ଏହି ଘଟଣାକୁ ଗମ୍ଭୀର ଭାବରେ ନେଇ ବିମାନ ଚଳାଚଳ ବିଭାଗ ଓ ଡିଜିସିଏ କୁ ତୁରନ୍ତ ତଦନ୍ତ ଓ ଦାୟିତ୍ୱ ନିର୍ଣ୍ଣୟ ପାଇଁ ଅନୁରୋଧ କରିଛନ୍ତି। ଏୟାର ଇଣ୍ଡିଆ ଏହି ଘଟଣା ସନ୍ଦର୍ଭରେ ଦୁଃଖ ବ୍ୟକ୍ତ କରି ବଳିଛି ଯେ, ଯାତ୍ରୀମାନଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ, ଏବଂ ଚେନ୍ନାଇରେ ଆମର ସହକର୍ମୀମାନେ ସେମାନଙ୍କୁ ସମସ୍ତ ସହଯୋଗ ପ୍ରଦାନ କରୁଛନ୍ତି। ବିମାନ ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗର ସଂଯୁକ୍ତ ପରିଣାମ ରୂପେ ଏହି ଦୂର୍ଘଟଣା ଘଟିପାରିଥାନ୍ତି, ଯାହାକି ଭବିଷ୍ୟତରେ ପୁନରାବୃତ୍ତି ହେବା ଉଚିତ୍ ନୁହେଁ ବୋଲି ଜଣେ ପ୍ରବକ୍ତା କହିଛନ୍ତି।ଏହି ଘଟଣା ଏୟାର ସୁରକ୍ଷା ବ୍ୟବସ୍ଥା ଓ ମାନକ ନିୟମ ଉପରେ ପ୍ରଶ୍ନ ଉଠାଇଛି। ସାଂସଦମାନଙ୍କ ଅନୁଭବ ଏହି ଘଟଣାକୁ ଆଉ ଗମ୍ଭୀର କରିଥାଏ। ଏହା ଏକ ସ୍ପଷ୍ଟ ସନ୍ଦେଶ ଯେ ଯାତ୍ରୀଙ୍କ ସୁରକ୍ଷା କେବେ ବି ଭାଗ୍ୟ ଉପରେ ଛାଡ଼ି ଦିଅନ୍ତୁ ନାହିଁ ଏହି ଲାଗି ସଠିକ୍ ନିୟମ, ନିର୍କଷଣ ଓ ପ୍ରବଳ ନିୟନ୍ତ୍ରଣ ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ।