
ଭୁବନେଶ୍ୱର ୨୨/୦୮/୨୦୨୫ : ବିଜେପି ଦେଶରେ 1980 ମସିହାରୁ ତିଆରି ହୋଇଛି । ଏହା ଭିତରେ 45 ବର୍ଷ ହୋଇଗଲାଣି । ତେଣୁ ବିଜେପି accidental ପାର୍ଟି ନୁହେଁ । ବିଜେପିର ଅର୍ଗାନିକ ଗ୍ରୋଥ ହୋଇଛି । ମେଣ୍ଟ କଥା କଣ ଥିଲା, ମୁଁ ନିଜେ ମୋ ବହିରେ ଲେଖିବି । ତେବେ ଦିନେ ବିଜୁ ପଟ୍ଟନାୟକ ବିଜେପିକୁ ସାଇନବୋର୍ଡ ପାର୍ଟି କହୁଥିଲେ । କିନ୍ତୁ ଏଥର ପୂର୍ଣ୍ଣ ବହୁମତରେ ଓଡ଼ିଆ ଲୋକଙ୍କ ଆଶୀର୍ବାଦ ପାଇଛି ବିଜେପି ।
ଓଡ଼ିଆ ଅସ୍ମିତା ଗୋଟିଏ ରାଜନୈତିକ ପ୍ରସଙ୍ଗ ହୋଇପାରିବ ନାହିଁ । ଓଡ଼ିଆ ଅସ୍ମିତା ସାଂସ୍କୃତିକ ଅବଧାରଣା, ଅର୍ଥନୈତିକ ଆକାଂକ୍ଷାର ଅବଧାରଣା । ଓଡ଼ିଆ ଅସ୍ମିତା ଗୋଟିଏ ସଭ୍ୟତାକୁ ପ୍ରତିଫଳିତ କରିବା ସହ ପ୍ରବାହିତ କରିବା ଓ ଭବିଷ୍ୟତକୁ ସୁରକ୍ଷିତ କରିବାର ଅବଧାରଣା । ଏହାକୁ ଯିଏ ଯେଉଁ ଢଙ୍ଗରେ ବୁଝିଲା ବା କହିଲା ବା ପ୍ରତିବାଦିତ କରୁଛି । ସବୁ ଦଳର କିଛି ରାଜନୈତିକ ରଣନୀତି ଥାଏ ।
ଯେଉଁ ଲୋକଙ୍କୁ ବିଜେପିର ଅଦ୍ଭୁଦ୍ୟୋୟକୁ ମନ ଭିତରେ ସ୍ବୀକାର କରିବାର ଆଜି ବି କୁଣ୍ଠାବୋଧ ଅଛି । ଆଉ ସେମାନେ ଭାବୁଛନ୍ତି ଯେ ଆଉ ଗୋଟିଏ ଆଞ୍ଚଳିକ ରାଜନୈତିକ ଦଳ ତିଆରି ହେଲେ ଓଡ଼ିଶାରେ ପରିବର୍ତ୍ତନ କରିବେ ସେମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆପଣ ମାନେ ମିଶି ଆଉ ଗୋଟିଏ ରାଜନୈତିକ ଦଳ ବନାଇଲେ ଓଡ଼ିଶାରେ ଗଣତନ୍ତ୍ର ଆହୁରି ମଜବୁତ ହେବ । କିନ୍ତୁ ତାକୁ ଆକଳନ କରି ବିଜେପିକୁ accidental ପାର୍ଟି ନ କହିବା ଉଚିତ୍ ।
ବିଜେପି ନିରନ୍ତର ଭାବେ ଲୋକଙ୍କ ବିଶ୍ୱାସ ଭାଜନ ହୋଇଛି । ପେଟ୍ରୋଲିୟମ ବିଭାଗ ଦାୟିତ୍ୱରେ ଥିଲା ବେଳେ ଓଡ଼ିଶାର 55 ଲକ୍ଷ ମାଆ ମାନଙ୍କ ଘରେ ଗ୍ୟାସ ସଂଯୋଗ ପହଞ୍ଚାଇଥିଲୁ, ଏହା accidentaly ହୋଇନଥିଲା । ଓଡ଼ିଶାରେ ନିବେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶାସନ କାଳରେ 2014ରୁ 2024 ଭିତରେ ସର୍ବାଧିକ ଆର୍ଥିକ ଅନୁଦାନ ଓଡ଼ିଶାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଅନୁମୋଦନ ଦେଇଛନ୍ତି । ଓଡ଼ିଶାର ବିକାଶ ପାଇଁ ଦୁଇ ଦିନ ତଳେ କ୍ୟାବିନେଟରେ 111 କିମି ର 8 ହଜାର କୋଟି ଟଙ୍କାର ରାସ୍ତାକୁ ଅନୁମୋଦନ ଦେଇଛନ୍ତି । ଏହା accidental ନୁହେଁ ।
ଯେଉଁ ଆଶା ପାଇଁ ଲୋକ ବିଜେପି ଉପରେ ଭରସା କରିଛନ୍ତି ।ସେଥିରେ ଆମ ଭିତରେ ଅହଙ୍କାର ନଆସୁ ବୋଲି ଆଶା କରିବା । ସମସ୍ୟାର ମୂଳ ପର୍ଯ୍ୟନ୍ତ ଯାଇ ସମାଧାନ କରି ଲୋକଙ୍କ ହିତସାଧନ ପାଇଁ ଆମେ ଚେଷ୍ଟା କରିବୁ । ଓଡ଼ିଆ ଲୋକ ମାନେ ଆମ କାନ ଧରିପାରିବେ ସେତିକି ଆଶୀର୍ବାଦ ଆମେ ଚାହୁଁଛୁ ।
ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାରେ 4 ବର୍ଷ ବିଳମ୍ୱ ହେଲା । ତତ୍କାଳୀନ ସରକାର ଜାତୀୟ ଶିକ୍ଷା ନୀତି ଓଡ଼ିଶାରେ ଲାଗୁ କରୁନଥିଲେ । ବିଜେପି ସରକାର ଆସିଲା ପରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଛି । ଜାତୀୟ ଶିକ୍ଷା ନୀତିରେ ଥିବା ନୂଆ ପାଠ୍ୟ ପୁସ୍ତକ, ମାତୃଭାଷା, ଟେକ୍ନୋଲୋଜି, ଶିକ୍ଷକ ନିଯୁକ୍ତି ଭଳି ବ୍ୟବସ୍ଥା ଓଡ଼ିହା ସରକାର ଲାଗୁ କରିଛନ୍ତି । ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏବଂ ସରକାରୀ ସ୍କୁଲ ଗୁଡ଼ିକର ବ୍ୟବସ୍ଥା ସୁଦୃଢ଼ ନହେଲେ ଓଡ଼ିଶାର ଭବିଷ୍ୟତ ଭଲ ହେବ ନାହିଁ ।
ଗତକାଲି ଓଡ଼ିଶା ସରକାର ସ୍କିମାଟିକ ଶିକ୍ଷକ ନିଯୁକ୍ତି ଉପରେ ବଡ଼ ନିଷ୍ପତି ନେଇଛନ୍ତି । ଯେଉଁମାନେ ନିଯୁକ୍ତ ହେବେ ସ୍ଥାୟୀ ଶିକ୍ଷକ ଭାବେ ନିଯୁକ୍ତି ପାଇବେ । ଶିକ୍ଷକଙ୍କୁ ସମ୍ମାନର ଜୀବନ ମିଳୁ ଏହା ବିଜେପିର ପ୍ରତିବଦ୍ଧତା ଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର । ଏହାସହ ସ୍କୁଲରେ ଜଣେ ଜଣେ ଶିଶୁ ସେବିକା ନିଯୁକ୍ତି ପାଇବେ ।