ଗାଈ ମାନଙ୍କୁ ମାରିବା ସହ ଗୁହାଳ ଭାଙ୍ଗିଲା ଦନ୍ତା

ଭୁବନେଶ୍ୱର, ଦୀର୍ଘ ମାସ ହେଲା ଜଙ୍ଗଲ ଛାଡ଼ି ସହର ମୁଁହା ଜଙ୍ଗଲୀ ହିଂସ୍ର ଦନ୍ତା। ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଚଳେଇଥିବା ଦନ୍ତା, ଶୁକ୍ରବାର ରାତିରେ ସ୍ଥାନୀୟ ସହରର ମଧ୍ୟ ଭାଗ ଧବଳେଶ୍ୱର ମନ୍ଦିର ଭିତରେ ପଶି ପାଚେରୀ ଭାଙ୍ଗିବା ସହ ଚମ୍ପାସାହିରେ ପଶି ମୁଖ୍ୟ ସଡ଼କରେ ବୁଲିବା ବୁଲିବା ସହ କଚେରୀସାହି ଭିତରେ ପଶି ବିଲ ମାଳ ଦେଇ ଗାମୁଲି ଜଙ୍ଗଲକୁ ଯାଇଥିବା ସୂଚନା ମିଳିଛି।
ଗତ ରାତିରେ ହିଂସ୍ର ଦନ୍ତାଟି ରଟିଙ୍ଗିଆ ପଞ୍ଚାୟତର ଇନ୍ଦ୍ରଗଡ଼ ଗାଁର କାଳିଆ ପ୍ରଧାନଙ୍କ ଏକ ଗାଈକୁ ଆକ୍ରମଣ କରିଥିଲା। ତାଙ୍କ କଦଳୀ ବଗିଚାରେ ପଶି ସମସ୍ତ ଗଛ ନଷ୍ଟ କରି ଜେ ପଡ଼ିକିଆ ଗ୍ରାମରେ ଏକ ଗୁହାଳ ଭାଙ୍ଗି ମୁଖ୍ୟ ସଡ଼କକୁ ଆସି ସହରର ଶ୍ରୀରାମପଦା ଦେଇ ଧବଳେଶ୍ୱର ମନ୍ଦିର ଭିତରେ ପ୍ରବେଶ କରିଥିଲା। ସେଠାରେ କିଛି ଗଛପତ୍ର ନଷ୍ଟ କରିବା ପରେ ପାଖରେ ଥିବା ଲୋକଙ୍କ ତାରବାଡ଼ ଭାଙ୍ଗି ଚମ୍ପାସାହି ଭିତରେ ପ୍ରବେଶ କରି ରାଜ୍ୟରାଜପଥକୁ ବାହାରି ରାସ୍ତାରେ ବୁଲିଥିଲା।
ହିଂସ୍ର ଦନ୍ତା ତିନି ଜଣ ଲୋକଙ୍କ ଜୀବନ ନେଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୋରୁଗାଈଙ୍କ ଜୀବନ ନେଲାଣି। ହିଂସ୍ର ଦନ୍ତାକୁ ସ୍ଥାନାନ୍ତର ଦାବିରେ ଗତ ମଙ୍ଗଳବାର ଦିନ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ପକ୍ଷରୁ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ହିଂସ୍ର ଦନ୍ତା ବାଟବଣା ହୋଇ ଏ ଅଞ୍ଚଳରୁ ସେ ଅଞ୍ଚଳକୁ ଘୁରିବୁଲୁଥିବା ବେଳେ ତାକୁ ଖୋଜିବାକୁ ତାର ସାଥି ପୁଣି ଘୁମୁସର ଜଙ୍ଗଲରୁ କଳିଙ୍ଗା ସେକ୍ସନ ଜଙ୍ଗଲକୁ ନିଜ ସାଥିକୁ ଖୋଜିବାକୁ ଦୁଇ ଦିନ ତଳେ ଆସି ପହଞ୍ଚି ଗତ ରାତିରେ ସେ ପୁଣି ଉତ୍ପାତ ଆରମ୍ଭ କରି ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି।