
ଭୁବନେଶ୍ୱର, ଶୁଣିବାକୁ ଟିକେ ଅଜବ ଲାଗିପାରେ, କିନ୍ତୁ ଏହା ସତ । ସପ୍ତାହରେ ଗୋଟିଏ ଦିନ ଏପରି ଥାଏ, ଯେତେବେଳେ ଜଙ୍ଗଲର ରାଜା ମଧ୍ୟ ଉପବାସ ରୁହେ, ମଣିଷ ମାନଙ୍କ ଭଳି ।
ଲୋକମାନେ ପ୍ରାୟତଃ କୌଣସି ପର୍ବ, ବିଶେଷ ଦିନ କିମ୍ବା କୌଣସି ଇଚ୍ଛା ପୂରଣ ପାଇଁ ଉପବାସ ରଖନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବନ୍ୟ ପ୍ରାଣୀମାନେ ମଧ୍ୟ ଉପବାସ ରଖନ୍ତି। ପାର୍ଥକ୍ୟ କେବଳ ଏଇଆ ଯେ, ସେମାନେ ଏହା କୌଣସି ପର୍ବ କିମ୍ବା ବିଶ୍ୱାସ ଅନୁଯାୟୀ କରନ୍ତି ନାହିଁ ବରଂ ସେମାନଙ୍କର ପାଚନ ପ୍ରକ୍ରିୟା ଠିକ୍ ରଖିବା ପାଇଁ କରନ୍ତି।
ରାଜସ୍ଥାନର ପାଲିରେ ଥିବା ମାଚିଆ ବାୟୋଲୋଜିକାଲ୍ ପାର୍କରେ ରହୁଥିବା ମାଂସାହାରୀ ପ୍ରାଣୀ ବ୍ୟତୀତ, ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ ପ୍ରତି ମଙ୍ଗଳବାର ସାମୂହିକ ଉପବାସ ରଖନ୍ତି। ଏହା ପଛରେ ଯୁକ୍ତି, ଚିଡ଼ିଆଖାନା ଅଧିକାରୀମାନେ କୁହନ୍ତି ଯେ, ଏହା ଦ୍ବାରା ପ୍ରାଣୀଙ୍କ ପାଚନ ପ୍ରଣାଳୀ ଠିକ୍ ରହିଥାଏ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ, ତେଣୁ ସେମାନେ ସପ୍ତାହରେ ଗୋଟିଏ ଦିନ ଉପବାସ ରଖନ୍ତି।
ବନ ବିଭାଗ ଅଧିକାରୀ କରଣ ସିଂହ କୁହନ୍ତି ଯେ ଉପବାସ ଦିନ ସିଂହ, ଚିତା ଏବଂ ବାଘ ଭଳି ବଡ଼ ବଡ଼ ପ୍ରାଣୀଙ୍କୁ କେବଳ ପାଣି ଦିଆଯାଏ ଏବଂ ଛୋଟ ପ୍ରାଣୀମାନଙ୍କୁ କ୍ଷୀର ଦିଆଯାଏ। ତେବେ, ଘାସ ଖାଉଥିବା ପ୍ରାଣୀଙ୍କୁ ଉପବାସ ରଖାଯାଏ ନାହିଁ ।