ରାଜନୀତି

Manmohan Samal and Gokula Nanda Mallick in Kalahandi for two-day festival: Bike rally and medley festival

ଭବାନୀପାଟଣା ୨୭/ଅଗଷ୍ଟ : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଅଛନ୍ତି । ବିଶାଳ ବାଇକ ଶୋଭାଯାତ୍ରାରେ ଭବାନୀପାଟଣାଠାରେ ପହଞ୍ଚିବା ପରେ ତାଙ୍କୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱାଗତ କରାଯାଇଥିଲା । ଭବାନୀପାଟଣାର ଟାଉନ ହଲ ଠାରେ ବିଜେପିର ସମ୍ବର୍ଦ୍ଧନା ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ସୂଚନାନୁସାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସଙ୍ଗଠନକୁ ସୁଦୃଢ କରିବା ସହ କଳାହାଣ୍ଡିର ବିଜେପି କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଲେ ମନମୋହନ ସାମଲ ଓ ରବି ନାୟକ । ଏହା ସହ ବିଜେପିର କଳାହାଣ୍ଡି ଜିଲ୍ଲାସ୍ତରୀୟ ମିଶ୍ରଣ ପର୍ବ ରେ ଆସନ୍ତାକାଲି ସେ ଜୁନାଗଡ ଓ ଧର୍ମଗଡ ଗସ୍ତରେ ଯିବେ ।

Related Articles

Back to top button