ଜାତୀୟରାଜନୀତି

୧୫ ବିଦ୍ରୋହୀ ବିଧାୟକଙ୍କୁ Y+ସୁରକ୍ଷା

ବିଜେପି ଖୋଲା ଖୋଲି ଭାବେ ଏବେ ସିନ୍ଦେଙ୍କ ସମର୍ଥନରେ ବାହାରିଛି । ଏହାରି ଭିତରେ ଶିବସେନା କର୍ମୀମାନେ ମହାରାଷ୍ଟ୍ରରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ସେମାନେ ବିଶେଷ ଭାବେ ସିନ୍ଦେ ଗ୍ରୁପରେ ଥିବା ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଶିବସେନାର ୧୫ ଜଣ ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଏବେ ୧୫ ଜଣ ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ । ବିଏସଏଫର ଯବାନମାନେ ଏହି ବିଧାୟକଙ୍କ ସୁରକ୍ଷାରେ ନିୟୋଜିତ ହେବେ । ଏସବୁ ଭିତରେ ଶିବସେନାର ବରିଷ୍ଠ ନେତା ସଂଜୟ ରାୱତଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ ଶିବସେନା କର୍ମୀଙ୍କ ବିରୋଧ ପ୍ରଦର୍ଶନକୁ ପ୍ରୋତ୍ସାହିତ କରିଛନ୍ତି ସଂଜୟ ରାୱତ ସେ କହିଛନ୍ତି କି, କଣ୍ଟାକୁ କଣ୍ଟାରେ କଢାଯାଏ । ସିନ୍ଦେ ଯେଭଳି ଭାବେ ଶିବସେନାକୁ ପଛରୁ ଛୁରୀ ମାରିଛନ୍ତି ତାହାର ଜବାବ ଏବେ ଶିବସୈନିକମାନେ ଦେଉଛନ୍ତି ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com