Breaking Newsଅନ୍ୟାନ୍ୟକ୍ରୀଡ଼ା
ପ୍ରିମିୟର ଲିଗରୁ ଅବସର ନେବାକୁ ଯାଉଛନ୍ତି ଆର. ଅଶ୍ୱିନ

ଭୁବନେଶ୍ୱର , ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ଘୋଷଣା କରିଛନ୍ତି,ଆର. ଅଶ୍ୱିନ। ଅଶ୍ୱିନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରି ସେୟାର କରିଛନ୍ତି। ସେ କହିଛନ୍ତି ଯେ, ସେ ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ନେବାକୁ ଯାଉଛନ୍ତି ଏବଂ ବିଶ୍ୱର ଅନ୍ୟାନ୍ୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ଖେଳକୁ ଭଲ ଭାବରେ ଜାଣିବାକୁ ଚାହାଁନ୍ତି।
ଏହି ନିଷ୍ପତ୍ତିରେ ତାଙ୍କ ପତ୍ନୀ ପ୍ରୀତି ନାରାୟଣ ବହୁତ ଖୁସି ଏବଂ ତାଙ୍କ ଅବସର ପରେ, ସେ ସୋସିଆଲ ମିଡିଆରେ ଏକ ସ୍ପେସିଆଲ ମେସେଜ ଲେଖିଛନ୍ତି।ପ୍ରୀତି ନାରାୟଣ ତାଙ୍କ ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଷ୍ଟୋରି ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, “ମୁଁ ତୁମକୁ ଭଲ ପାଏ, ମୁଁ ତୁମକୁ ନୂଆ କାମ କରୁଥିବାର ଦେଖିବା ପାଇଁ ଆଗ୍ରହୀ। ମୁଁ ପ୍ରାର୍ଥନା କରୁଛି ଯେ ତୁମେ ଆହୁରି ଭଲ କାମ କରିବ।”