ଐତିହ୍ୟ ଓ ସଂସ୍କୃତିଜାତୀୟଜୀବନଶୈଳୀ
ଗଣପତିଙ୍କୁ ଆଳତି କଲେ ସଲମାନ

ଭୁବନେଶ୍ୱର,ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କ ଘରେ ଗଣେଶ ପୂଜା ପାଳନ ହୁଏ।ସଲମାନ ଖାନଙ୍କ ପରିବାର ପ୍ରତି ବର୍ଷ ଗଣପତିଙ୍କୁ ସ୍ୱାଗତ କରନ୍ତି। ସେ ଗଣେଶ ଚତୁର୍ଥୀ ପାଳନ କରିଛନ୍ତି। ସଲମାନ ଏକ ଭିଡିଓ ସେୟାର କରି ଏହାର ଝଲକ ଦେଖାଇଛନ୍ତି।
ଭିଡିଓରେ ସଲମାନ ଖାନ ଗଣେଶଙ୍କ ଆଳତୀ କରିବା ଦେଖିବାକୁ ମିଳିଛି। ସଲମାନଙ୍କୁ ବ୍ଲାକ ସାର୍ଟ ଏବଂ ବେଜ ଟ୍ରାଉଜରରେ ଦେଖିବାକୁ ମିଳିଛି।
ସଲମାନଙ୍କ ବାପା-ମାଆ ସଲୀମ ଏବଂ ସଲମା ଖାନ ମଧ୍ୟ ଆଳତୀ କରିଛନ୍ତି। ସଲମାନଙ୍କ ଦୁଇ ଭାଇ ଅରବାଜ ଏବଂ ସୋହେଲ ମଧ୍ୟ ସାଙ୍ଗରେ ଥିଲେ।ଆରବାଜ ଖାନଙ୍କୁ ଗ୍ରେ ପଠାନୀ ସୁଟରେ ଦେଖିବାକୁ ମିଳିଛି।ସେହିପରି ଅର୍ପିତା ହ୍ୱାଇଟ ଡ୍ରେସ ପିନ୍ଧିଛନ୍ତି। ତେବେ ସୋସିଆଲ ମିଡିଆରେ ଏହି ସେଲିବ୍ରେସନର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଅର୍ପିତା ସାରା ଘରକୁ ଖୁବ ଭଲଭାବେ ସଜାଇଛନ୍ତି। ସେ ଫୁଲର ଡେକୋରେସନ ମଧ୍ୟ କରିଛନ୍ତି।