ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ସାବଧାନ ରୁହନ୍ତୁ ସବୁ ୟୁଜର।

ଭୁବନେଶ୍ୱର,  ସତର୍କ କରାଇଲା ଗୁଗୁଲ୍। ହ୍ୟାକର୍ସମାନଙ୍କ ଦ୍ୱାରା ବଢୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ୟୁଜରମାନଙ୍କୁ ତୁରନ୍ତ ସେମାନଙ୍କ ପାସଓ୍ୱାର୍ଡ ବଦଳାଇବାକୁ ଚେତାବନୀ ଦେଇଛି ଗୁଗୁଲ୍। ୨୫୦ କୋଟି Gmail ୟୁଜର୍ସଙ୍କ ମୁଣ୍ଡ ଉପରେ ଘୂରି ବୁଲୁଛି ବିପଦ। ଟୁ-ଷ୍ଟେପ୍ ଯାଞ୍ଚ ଚାଲୁ କରିବାକୁ ମଧ୍ୟ ପରାମର୍ଶ ଦେଇଛି ଗୁଗୁଲ୍।  ହ୍ୟାକର୍ସଙ୍କ ଦ୍ୱାରା ସାଇବର ଆକ୍ରମଣ ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି।  ଏବଂ ପ୍ରତିଦିନ ଅନେକ ଲୋକ ଏହାର ଶିକାର ହେଉଛନ୍ତି।

ଏହି ସାଇବର ଆକ୍ରମଣ ପଛରେ ହ୍ୟାକିଂ ଗୋଷ୍ଠୀ ସାଇନିହଣ୍ଟର୍ସ ଥାଇପାରେ, ପୋକେମେନ୍ ଫ୍ରାଞ୍ଚାଇଜ୍ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଗୋଷ୍ଠୀ ୨୦୨୦ ମସିହାରୁ ସକ୍ରିୟ ରହିଛି।

SILIVE.com ଅନୁଯାୟୀ, ଏହି ଗୋଷ୍ଠୀ Microsoft, AT&T, Santander ଏବଂ Ticketmaster ସମେତ ଅନେକ ହାଇପ୍ରୋଫାଇଲ୍ ଡାଟା ଚୋରି ପଛରେ ଥିବା କୁହାଯାଉଛି।ଲୋକଙ୍କୁ ଠକିବା ପାଇଁ ShinyHunters ର ପ୍ରିୟ କୌଶଳ ହେଉଛି ଫିସିଂ। ଏହି ଗୋଷ୍ଠୀ ସତର୍କତାର ସହିତ ଇମେଲ୍ ପ୍ରସ୍ତୁତ କରେ ଯାହା ୟୁଜରମାନଙ୍କୁ ନକଲି ଲଗଇନ୍ ପେଜ୍ ଗୁଡ଼ିକରେ କ୍ଲିକ୍ କରିବାକୁ କିମ୍ବା ସୁରକ୍ଷା କୋଡ୍ ସମେତ ସମ୍ବେଦନଶୀଳ ସୂଚନା ଦେବାକୁ ପ୍ରୋତ୍ସାହିତ କରେ।

ତେବେ ହ୍ୟାକରମାନେ ଯେଉଁ ତଥ୍ୟ ଚୋରି କରିଛନ୍ତି ସେଥିମଧ୍ୟରୁ ଅଧିକାଂଶ ତଥ୍ୟ ସାର୍ବଜନୀନ ଭାବରେ ଉପଲବ୍ଧ ଥିଲା। କିନ୍ତୁ Google ଚେତାବନୀ ଦେଇଛି ଯେ ଗୋଷ୍ଠୀଟି ଅଧିକ ଆକ୍ରମଣ କରିପାରେ। ତେଣୁ ସବୁ ୟୁଜର ସାବଧାନ ରୁହନ୍ତୁ।

Related Articles

Back to top button