Breaking Newsଅନ୍ତର୍ଜାତୀୟ
ରେକର୍ଡ ଭାଙ୍ଗିଲା ସୁନା ଦର।

ଭୁବନେଶ୍ୱର, ସେପ୍ଟେମ୍ୱର ମାସ ପ୍ରଥମ ଦିନରୁ ହିଁ ସବୁ ରେକର୍ଡ ଭାଙ୍ଗିଲା ସୁନା ଦର। କେବଳ ସୁନା ନୁହେଁ ,ରୂପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।
ସୋମବାର ଦିନ ସୁନାର ମୂଲ୍ୟରେ ୨୧୧୩ ଟଙ୍କା ବୃଦ୍ଧି ପାଇଁ ୧୦ ଗ୍ରାମ ପିଛା ୧,୦୫,୯୩୭ ଟଙ୍କାରେ ପହଞ୍ଚିଛି ଦର। ଯଦି ଦେଖିବା ଶୁକ୍ରବାର ଦିନ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧.୦୪,୦୯୦ ଟଙ୍କାରେ ପହଞ୍ଚିଥିଲା। ପରେ ଦରରେ କିଛିଟା କମିଥିଲା। ଆଉ ଏବେ ମାସ ଆରମ୍ଭରୁ ସବୁ ରେକର୍ଡ ଭାଙ୍ଗିଦେଲା।
କେବଳ ସୁନା ନୁହେଁ ରୂପା ମଧ୍ୟ ସବୁ ରେକର୍ଡ ଭାଙ୍ଗିଛି।ସୋମବାର ରୂପା ମୂଲ୍ୟ ୧.୨୪ ଲକ୍ଷ ଟଙ୍କା ଅତିକ୍ରମ କରିବା ସହ କିଲୋପ୍ରତି ୨୫୯୭ ଟଙ୍କା ବୃଦ୍ଧି ହୋଇଛି। ଏକ୍ସଚେଞ୍ଜରେ ଡିସେମ୍ବର ଡେଲିଭରି ପାଇଁ ରୂପା ଚୁକ୍ତିନାମାର ମୂଲ୍ୟ ୨୫୯୭ ଟଙ୍କା କିମ୍ବା ୨.୧୩ ପ୍ରତିଶତ ବୃଦ୍ଧି ପାଇ ପ୍ରତି କିଲୋଗ୍ରାମ ୧,୨୪,୪୭୦ ଟଙ୍କାରେ ପହଞ୍ଚିଛି। ଯାହାକି ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ମୂଲ୍ୟ। ଏବଂ ଦୀର୍ଘ ୧୪ ବର୍ଷ ମଧ୍ୟରେ ସର୍ବାଧିକ।