Breaking Newsଓଡ଼ିଶା

ଅଗ୍ନିଶମ ବାହୀନି ପକ୍ଷରୁ ମହିଳାଙ୍କ ଖୋଜାଖୋଜି ଜାରି

ଭୁବନେଶ୍ୱର, ବାଙ୍କି ପଞ୍ଚାୟତ ରତାଗଡ଼ ଗାଁରେ ଘଟିଯାଇଛି ଦୁଃଖଦ ଘଟଣା ।ମହାନଦୀରେ ଭାସିଗଲେ ମହିଳା ।

ଖୁଦୁରୁକୁଣୀ ବିସର୍ଜନ ସାରି ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା ।

ମହିଳାଙ୍କ ପତ୍ତା ମିଳୁ ନ ଥିବାବେଳେ  ଅଗ୍ନିଶମ ବାହୀନି ପକ୍ଷରୁ ମହିଳାଙ୍କ ଖୋଜାଖୋଜି ଜାରି ରହିଛି ।

ନିଖୋଜ ମହିଳାଙ୍କ ନାମ ପିଙ୍କି ସ୍ୱାଇଁ  ବୋଲି ଜରାପଡ଼ିଛି ।

ପିଙ୍କିଙ୍କ ନିଖୋଜରେ ଗାଁ ଏବଂ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ମହିଳାଙ୍କୁ ଖୋଜିବା ପାଇଁ  ଅଗ୍ନିଶମ ବାହୀନିର ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

Related Articles

Back to top button