ଓଡ଼ିଶା

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆରମ୍ଭ ହେଲା ବି.ଏମ୍.ସିର ସାଂସ୍କୃତିକ କାର୍ଯ୍ୟକ୍ରମ

ମହିଳା କର୍ପୋରେଟର୍ ଏବଂ ମହିଳା ଅଧିକାରୀ ଓ କର୍ମଚାରୀଙ୍କ ନାଚ, ରାମ୍ପ୍ ସୋ ପ୍ରଦର୍ଶନ

ଭୁବନେଶ୍ୱର, ୦୨/୦୯/ ୨୦୨୫: ଆରମ୍ଭ ହୋଇଯାଇଛି ଭୁବନେଶ୍ୱର ମହାନଗର ନିଗମ ରିକ୍ରିଏସନ୍ କ୍ଲବ୍ ର ବାର୍ଷିକ କାର୍ଯ୍ୟକ୍ରମ । ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଉପଲକ୍ଷେ ଚାଲୁରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ଯାହାକି ଇଣ୍ଡୋର ଗେମ୍, ଆଉଟ୍ ଡୋର୍ ଗେମ୍,ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିର କ୍ରମାନୁସାରେ ଚାଲୁରହିଥିବାବେଳଳେ , ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ।

ଉତ୍ସବର ପ୍ରାରମ୍ଭରେ କାର୍ଯ୍ୟକ୍ରମ ଉଦ୍ଘାଟନୀ ଯୋଗଦେଇଥିଲେ ମାନନୀୟl ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଧାୟକ ଏକାମ୍ର ଶ୍ରୀ ବାବୁ ସିଂ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର , କମିଶନର ଶ୍ରୀ ଚଞ୍ଚଳ ରାଣା, କଲ୍ଚରାଲ୍ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ରିକ୍ରିଏସନ କ୍ଲବ୍ ର ସମ୍ପାଦକ ଶ୍ରୀ ଶୁଭକାନ୍ତ ପାଢୀ ପ୍ରମୁଖ l

ଜୀବନର ଅକ୍ଲାନ୍ତ ଯାତ୍ରାରେ ଟିକେ ନିଜ ପସନ୍ଦରେ ସମୟ ବିତାଇ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆଣିଦେବା ଏହିଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ ଉପସ୍ଥିତ ଅତିଥିମାନେ l

ଆରମ୍ଭରୁ ଇଣ୍ଡୋର୍ ଗେମ୍ ଯାହାକି କ୍ୟାରମ୍, ଚେସ୍, ମ୍ୟୁଜିକ୍ ଚେୟାର, ବ୍ୟାଡ୍ ମିଂଟନ୍; ଆଉଟ୍ ଡୋର୍ ଗେମ୍ ରେ ଓା୍ୱଟର୍ ବଲ୍, ଜାଭ୍ଲିନ୍ ଥ୍ରୋ, ଫୁଟ୍ ବଲ୍, ସଟ୍ଫୁଟ୍, କ୍ରିକେଟ୍, ଲେମନ୍ ସ୍ପୁନ ଇତ୍ୟାଦିର ଅଂଶଗ୍ରହଣକାରୀ ମାନେ ପୁରସ୍କୃତ ହୋଇଥିଲେ l

ଅନୁଷ୍ଠିତ ହୋଇଥିଲା ରାମ୍ପ୍ ସୋ।ରଙ୍ଗ ରଙ୍ଗିନ୍ ତାରକା ଭଳି ମଞ୍ଚରେ ଭଳି କି ଭଳି ହସ୍ତ ତନ୍ତ ଶାଢ଼ୀରେ ନିଜକୁ ସଜାଇ ମହିଳା କର୍ପୋରେଟର୍ ଏବଂ ଅଧିକାରୀମାନେ ଏହି ଶୋ କରିଥିଲେ l ବି.ଏମ୍.ସି ଇତିହାସରେ ପ୍ରଥମ ଭିନ୍ନ ସ୍ଵାଦର ଥିଲା ଏହି କାର୍ଯ୍ୟକ୍ରମ l

କର୍ପୋରେଟର ଶ୍ରୀମତୀ ପ୍ରୀତିନନ୍ଦା ରାଉତରାୟଙ୍କ ‘ସାଥିରେ ମୁଝେ ଜାଣେନା କାହାପାଇଁ’ ସୁମଧୁର ସଙ୍ଗୀତ, ଶ୍ରୀ ରତ୍ନାକର ସାହୁ ଅତିରିକ୍ତ କମିଶନରଙ୍କ ‘ତୁମେ ଗଲା ପରେ ପରେ’ ଏବଂ ସହାୟକ କମିଶନର ଶ୍ରୀ ସତ୍ୟଜିତ ସାହୁଙ୍କ କଣ୍ଠରେ ମୁଗ୍ଧ ହୋଇଥିଲେ l

ଏହାପରେ ଆରମ୍ଭ ହୋଇଥିଲା ସମ୍ବଲପୁରୀ ନୃତ୍ୟ l ବିବିଧ ସମ୍ବଲପୁରୀ ଏବଂ ଆାଦିବାସୀ ନୃତ୍ୟରେ ଦର୍ଶକଙ୍କୁ ମୁଗ୍ଧ କରିଥିଲେ ମହିଳା କର୍ପୋରେଟର୍ ଏବଂ ମହିଳା ଅଧିକାରୀ ମାନେ l ଓଡ଼ିଆ ଅସ୍ମୀତାର ସ୍ଵାଦ ଚାଖିଥିଲା ଏହି ନୃତ୍ୟ l

ଏହାପରେ ଆରମ୍ଭ ହୋଇଥିଲା ବହୁ ପ୍ରତୀକ୍ଷିତ ନାଟକ ଛାୟା ପୁରୁଷ lଭାବଗ୍ରାହୀ ମିଶ୍ର ଙ୍କ ରଚନା ଏବଂ ପ୍ରସନ୍ନ ମହାନ୍ତି ଙ୍କ ନିର୍ଦ୍ଦେଶନାରେ ଅଭିନୀତ ହୋଇଥିଲା ଏହି ନାଟକ l

ଆଜିକାଲିର ଦୁନିଆରେ ସତ୍ସଙ୍ଗ ଏବଂ ଧାର୍ମିକ ଚେତନା ସହିତ ବିବିଧ ଧର୍ମ ଅନୁଷ୍ଠାନରେ କିପରି ଅମାନୁଷିକ ଗୁଣ୍ଡାରାଜ ଚାଲିଛି, ନାଟକରେ ଶାନ୍ତି ନିଳୟକୁ କବଳିତ କରୁଛି ସାମାଜିକ ଗୋଷ୍ଠୀ, ଊତ୍ତମ ଆଚରଣର ସ୍ଥାନ ନାହିଁ l ଶେଷରେ ଏଥି ପାଇଁ ଲଢ଼ି ଜୀବନ ହରାଇଛନ୍ତି ଶାନ୍ତି ନିଳୟର ଗୁରୁଜୀ l

ତେବେ ଏହି ଆୟୋଜନର ସଂଯୋଜନା ବି ଏମ୍ ସି ରିକ୍ରିଏସନ କ୍ଲବ କରିଥିବାବେଳେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଏବଂ ଶ୍ରୀ କୈଳାଶ ଚନ୍ଦ୍ର ଦାସ ଏହାର ପରିଚାଳନାକୁ ସୁଗମ କରିଥିଲେ l

Related Articles

Back to top button