Breaking Newsମନୋରଞ୍ଜନ

ବଲିଉଡ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ସମସ୍ୟାରେ

 ଭୁବନେଶ୍ୱର , ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ, ସମସ୍ୟାରେ ପଡ଼ିଛନ୍ତି। ରାଜସ୍ଥାନର ବିକାନେରରେ, ଭଂଶାଲୀ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଏକ F I R  ରୁଜୁ ହୋଇଛି। ଏହି ମାମଲା ତାଙ୍କ ଆଗାମୀ ଫିଲ୍ମ ‘ଲଭ୍ ଆଣ୍ଡ୍ ୱାର୍’ ସହ ଜଡିତ। ଅଭିଯୋଗ ଦାଖଲ କରିଥିବା ପ୍ରତୀକ ରାଜ ମାଥୁର ଅଭିଯୋଗ କରିଛନ୍ତି ଯେ, ଭଂଶାଲୀ ତାଙ୍କୁ ଲାଇନ୍ ପ୍ରଯୋଜକ ଭାବରେ ଏକ ଚୁକ୍ତିନାମା ଦେଇଥିଲେ, କିନ୍ତୁ ପରେ ଏହାକୁ ବାତିଲ କରିଦେଇଥିଲେ।

ଏଥିପାଇଁ ତାଙ୍କ ଉପରେ ଠକେଇ, ଅସଦାଚରଣ ଏବଂ ବିଶ୍ୱାସଘାତକର ଅଭିଯୋଗ ଆସିଛି। ଭଂସାଲୀଙ୍କ ପରବର୍ତ୍ତୀ ଫିଲ୍ମ ‘ଲଭ୍ ଆଣ୍ଡ୍ ୱାର୍’, ଯେଉଁଥିରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶରେ, ବିକାନେରର ବିଚୱାଲ୍ ପୋଲିସ ଷ୍ଟେସନରେ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରାଯାଇଛି।

ପ୍ରତୀକ ରାଜ ମାଥୁର ତାଙ୍କ ଦ୍ୱାରା ଦାଖଲ ଅଭିଯୋଗରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ସଞ୍ଜୟ ଲୀଲା ଭଂଶାଲୀ ତାଙ୍କୁ Line Producer ଭାବେ ନିଯୁକ୍ତ କରିଥିଲେ ଏବଂ ସେ ପ୍ରଶାସନିକ ଅନୁମତି, ସୁରକ୍ଷା, ହୋଟେଲ ବୁକିଂ ସମେତ ସୁଟିଂ ସହ ଜଡିତ ସମସ୍ତ ପ୍ରସ୍ତୁତି ପରିଚାଳନା କରିଥିଲେ।

କିନ୍ତୁ କାମ ସମାପ୍ତ ପରେ, ତାଙ୍କୁ କୌଣସି ପେମେଣ୍ଟ ନ ଦେଇ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଥିଲା। FIRରେ ଏହା ମଧ୍ୟ ଲେଖାଯାଇଛି ଯେ, ଅଗଷ୍ଟ 17 ତାରିଖରେ ପ୍ରତୀକ ଯେତେବେଳେ ବିକାନେରର ହୋଟେଲ ନରେନ୍ଦ୍ର ଭବନରେ ପହଞ୍ଚିଲେ, ସେତେବେଳେ ଭଂସାଲିଙ୍କ ସହ ଉପସ୍ଥିତ ଉତ୍କୃଷ୍ଟ ଏବଂ ଅରବିନ୍ଦ ଗିଲ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ।

Related Articles

Back to top button