Breaking Newsଓଡ଼ିଶାମୌସୁମୀ

ବାଲେଶ୍ୱରରେ ପାଣିରେ ଭାସୁଛି ୫ ଶହ ଟଙ୍କିଆ ନୋଟ୍‌।

 ଭୁବନେଶ୍ୱର ,ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଛି। ଲଗାଣ ବର୍ଷାର ପ୍ରଭାବ ବାଲେଶ୍ୱରରେ ଦେଖିବାକୁ ମିଳିଛି। ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି।ପାଣିରେ ରାସ୍ତା ଘାଟ ବୁଡିଯାଇଛି। ରାସ୍ତା ବର୍ତ୍ତମାନ ନଦୀର ଭ୍ରମ ସୃଷ୍ଟି କରିଛି।ବାଲେଶ୍ୱରରେ ପାଣିରେ ଭାସୁଛି ୫ ଶହ ଟଙ୍କିଆ ନୋଟ୍‌। ସୂଚନାନୁଯାୟୀ, ପୋଷ୍ଟ ଅଫିସରେ ଥିବା ଲୋକଙ୍କ ଜମା ଟଙ୍କା ପାଣିରେ ଭାସୁଛି। କମ୍ପ୍ୟୁଟର, ପ୍ରିଣ୍ଟର ମେସିନ, ପାସ୍ ବୁକ୍ ମଧ୍ୟ ପାଣିରେ ବୁଡ଼ିଯାଇଛି।

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସ୍ପଷ୍‌ଟ ଚିହ୍ନିତ ହୋଇଛି ଲଘୁଚାପ କ୍ଷେତ୍ର। ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ସମଗ୍ର ଓଡ଼ିଶା ଦେଇ ଗତି କରିବ ସ୍ପଷ୍ଟ ଚିହ୍ନିତ ଲଘୁଚାପ।

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନରେ ବି ଅଧିକ ବର୍ଷିବ। କିଛି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷିପାରେ ବୋଲି ପାଣିପାଗ ବିଭାଗ କହିଛି ।ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉପକୂଳ ଓଡ଼ିଶା ଅତିକ୍ରମ କରିବ। ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Related Articles

Back to top button