
ଭୁବନେଶ୍ୱର,ସରକାରଙ୍କ, PMଯୋଜନାମାଧ୍ୟମରେ, ଦେଶର ଗରିବ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରାଯାଉଛି। ସରକାର ଅନେକ ପ୍ରକାରର ଯୋଜନା ଚଳାଉଛନ୍ତି ,୨୦୨୩ ମସିହାରେ ପିଏମ ମୋଦୀଙ୍କ ଜନ୍ମଦିନ ଅବସରରେ ପିଏମ ବିଶ୍ୱକର୍ମା ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାର ଲାଭ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକେ ଉଠାଉଛନ୍ତି।
ଏଥିରେ ଲୋକଙ୍କୁ ଆର୍ଥିକ ଏବଂ ଟେକନିକ ସାହାଯ୍ୟ ଦିଆଯାଉଛି। ଯେଉଁମାନେ ଛୋଟ ଛୋଟ ପାରମ୍ପରିକ କାମ କରୁଛନ୍ତି, ସେମାନଙ୍କୁ ଏହି ସୁବିଧାର ଲାଭ ଯୋଗାଇ ଦିଆଯାଉଛି। ଆପଣ ବି ଏହି ଯୋଜନାର ଲାଭ ସିଧାସଳଖ ନେଇପାରିବେ।ପିଏମ ବିଶ୍ୱକର୍ମା ଯୋଜନା ଅନୁଯାୟୀ,ପ୍ରଥମେ ରେଜିଷ୍ଟ୍ରେସନ ପରେ ଲୋକଙ୍କୁ ଟ୍ରେନିଂ ଦିଆଯାଉଛି। ଯାହା ସମ୍ପୂର୍ଣ୍ଣ ମାଗଣା। ଟ୍ରେନିଂରେ ପ୍ରତିଦିନ ୫୦୦ ଅର୍ଥାତ ମାସିକ ୧୫,୦୦୦ ଟଙ୍କା ମିଳିବ। ସରକାରଙ୍କ ପକ୍ଷରୁ ଏମାନଙ୍କୁ ସାର୍ଟିଫିକେଟ୍ ମଧ୍ୟ ଦିଆଯିବ। ଟ୍ରେନିଂ ପାଇ ସାରିବା ପରେ ଯଦି ଆପଣ ବ୍ୟବସାୟ ଆରମ୍ଭ କରିବେ, ତେବେ ଆପଣଙ୍କୁ ଏକ ଲକ୍ଷ ଟଙ୍କାର ଲୋନ ମିଳିବ। ଠିକ୍ ସମୟରେ ଲୋନ ସୁଝିବା ପରେ ଦ୍ୱିତୀୟ ଥର ଆପଣଙ୍କୁ ୨ ଲକ୍ଷ ଟଙ୍କା ଲୋନ ମିଳିବ।
ଏହି ଯୋଜନାର ଲାଭ ସେହିମାନଙ୍କୁ ମିଳିବ, ଯେଉଁମାନଙ୍କ କାମ ପାରମ୍ପରିକ କୌଶଳ ଏବଂ କଠିନ ପରିଶ୍ରମ ସହ ଜଡ଼ିତ। ଏଥିରେ କୁମ୍ଭାର, ପଥର ଖୋଦନକାରୀ ଏବଂ ପଥର ଭାଙ୍ଗିବା ଲୋକ ଅନ୍ତର୍ଭୁକ୍ତ।
ଏଥିରେ ମାଛ ଧରାଳି ଏବଂ ଡଙ୍ଗା ନିର୍ମାତା ମଧ୍ୟ ଏହି ଯୋଜନାର ହକଦାର। ରାଜମିସ୍ତ୍ରୀ, ଧୋବା, ଦରଜୀ, ବୁଣାକାର ଏବଂ ଝାଡ଼ୁ ତିଆରି କରୁଥିବା ଲାଭ ନେଇପାରିବେ।