ଓଡ଼ିଶାରାଜନୀତି

ବିଜୁ ଜନତା ଦଳର ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ଶଂଖ ଭବନରେ ୧ ମିନିଟ ନିରବ ପ୍ରାର୍ଥନା

 

ଭୁବନେଶ୍ୱର, ୦୮/୦୯/୨୦୨୫: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ନୂଆପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ଖବର ଆସିବା ପରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ, ଶଙ୍ଖ ଭବନ ପରିସରରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଳର ଶତାଧିକ ଛାତ୍ର ଓ ଯୁବ କର୍ମୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆ ୨୦୦୪, ୨୦୦୯, ୨୦୧୯, ୨୦୨୪ ନିର୍ବାଚନରେ ନୂଆପଡାରୁ ବିଧାୟକ ନିର୍ବାଚିତ ହୋଇଥିଲେ । ତାଙ୍କର ବିୟୋଗ, ବିଜୁ ଜନତା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଦଳର ବରିଷ୍ଠ ନେତାମାନେ କହିଛନ୍ତି ।

Related Articles

Back to top button