
ଭୁବନେଶ୍ୱର , ରୁଷିଆର କର୍କଟ ଟୀକା ପ୍ରିକ୍ଲିନିକାଲ୍ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଥିବା ନେଇ ଦାବି କରିଛି। ବାହାରିଲା କ୍ୟାନ୍ସର ଭ୍ୟାକସିନ୍। କ୍ୟାନସର ଟୀକା ବାହାର କରିଥିବା ନେଇ ରୁଷିଆ ଦାବି କରିଛି।
ସବୁଠାରୁ ବଡ଼ ରୋଗ ଏବଂ ମାରାତ୍ମକ ରୋଗ କୁହାଯାଉଥିବା କ୍ୟାନ୍ସର; ଯାହାର ଏବେଯାଏଁ କୌଣସି ଔଷଧ କିମ୍ୱା ଟୀକା ବାହାରି ନ ଥିବା ବେଳେ ରୁଷ କିନ୍ତୁ ଏବେ ଏକ ବଡ଼ ଦାବି କରିଛି।
ହେଲେ କେବଳ ଅନୁମୋଦନ ଅପେକ୍ଷାରେ ରହିଛି ରୁଷିଆର କ୍ୟାନ୍ସର ଟୀକା।
ଟୀକା କୋଲୋରେକ୍ଟଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ବେଶ ପ୍ରଭାବଶାଳୀ ବୋଲି କୁହାଯାଉଛି। ୩ ବର୍ଷ ଧରି କରାଯାଇଥିବା ପରୀକ୍ଷଣଗୁଡ଼ିକ ଏହାର ସୁରକ୍ଷା ଏବଂ ପ୍ରଭାବକୁ ନିଶ୍ଚିତ କରିଛି।