ସ୍ୱାସ୍ଥ୍ୟ

ନୂଆ ଭାରିଆଣ୍ଟ ବଢାଇଲା ଚିନ୍ତା

ଚୀନରେ କରୋନା ଭାଇରସ ପୁଣି କାୟା ମେଲାଇଛି । ତେବେ ସବୁଠାରୁ ବଡ କଥା ଭାରତ ପାଇଁ ପୁଣିଥରେ କଣ ଏହା ସତର୍କ ଘଣ୍ଟି ଦେଉଛି କି? ତେବେ ଚିକିତ୍ସକମାନେ ଏହାକୁ ନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । କରୋନାକୁ ନେଇ ଲଗାତର ଭାବେ ଚୀନରେ ସ୍ଥିତି ବିଗିଡିବାରେ ଲାଗିଛି । ଚୀନର ସ୍ଥିତି ବିଗିଡିବା ପରେ ସରକାରଙ୍କ ଜିରୋ କୋଭିଡ୍ ଷ୍ଟ୍ରାଟେଜି ନେଇ ବିଚାର କରିବାର ଆବଶ୍ୟକତା ରହିଛି । ଚୀନରେ ବଢୁଥିବା ବିପଦ ନେଇ ଭାରତରେ ଏଥିରୁ ରକ୍ଷା ପାଇବାର ଉପାୟ ଖୋଜିବା ଶୀଘ୍ର ଆରମ୍ଭ ହୋଇଯାଇଛି । ତେବେ ଏହାକୁ ନେଇ ଡାକ୍ତର କହିଛନ୍ତି, ଅନେକ ଅଧ୍ୟୟନରୁ ଜଣାପଡିଲା ଯେ ବିକ୍ୟୁ.୧, ବିକ୍ୟୁ.୧.୧ର ସଂକ୍ରାମକ ଦର ଅଧିକ । ଏହା ସହଜରେ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଚକମା ଦେଇ ସଂକ୍ରମଣର କାରଣ ହୋଇପାରେ ।  ପ୍ରଥମଠାରୁ ଆମେ ଅଧିକ ସାବଧାନ ହେବା ଦରକାର । ଭାରତ ପାଇଁ ଏହା ବିପଦ ହୋଇପାରେ ତେବେ ଭଲ କଥା ହେଉଛି ଯେ ଟିକାକରଣର ଦର ବହୁତ ଭଲ ରହିଛି । ତେବେ ଏଥିରୁ ବର୍ତ୍ତିବା ପାଇଁ ନିରନ୍ତର ଉପାୟର ଆବଶ୍ୟକତା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com