ସ୍ୱାସ୍ଥ୍ୟ

କରୋନା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କ ପାଇଁ ସତର୍କତା ଜାରି

ନୂଆଦିଲ୍ଲୀ: ପୁଣି ଫେରିଛି କରୋନା ସଂକ୍ରମଣ । ଚୀନ ସମେତ ୧୦ରୁ ଅଧିକ ରାଷ୍ଟ୍ରରେ ଏହା ମଧ୍ୟରେ ସଂକ୍ରମଣ ହାର ଉପରମୁହାଁ ଦେଖିବାକୁ ମିଳିଛି । ଗତ ଏକ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ୧୦ ହଜାର ମୃତ୍ୟୁ ଘଟିଥିବା ବେଳେ ସଂକ୍ରମଣ ୩୬ ଲକ୍ଷ ଟପିଛି । ତେଣୁ ଏଭଳି ସ୍ଥିତିରେ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କ ପାଇଁ କରୋନା ସତର୍କତା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ତେବେ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତରେ ପୁଣି ଥରେ ମାସ୍କ ବାଧ୍ୟତାମୂଳକ କରାଯାଇପାରେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରୋନା ସ୍ଥିତିକୁ ନେଇ ଏକ ବୈଠକ ବସିଛି । ତେଣୁ ଉକ୍ତ ବୈଠକରେ କୋଭିଡ୍ ସଂକ୍ରମଣ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com