ଅନ୍ୟାନ୍ୟଜାତୀୟ

ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି

  ଭୁବନେଶ୍ୱର ,   ସକାଳ ୯.୫୦ ସୁଦ୍ଧା ମୁମ୍ବାଇରେ ୧୦ ଗ୍ରାମ ସୁନା ପ୍ରତି ୫୬୦ ଟଙ୍କା ହ୍ରାସ ପାଇ ୧,୦୭,୩୮୦ ଟଙ୍କାରେ ପହଞ୍ଚିଛି। ଏହା ସହିତ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଷ୍ଟକ ବଜାରରେ ବୃଦ୍ଧି ଘଟିଛି ଆଜି। ବଜାରର ମୁଖ୍ୟ ସୂଚକାଙ୍କ ସେନସେକ୍ସ ପ୍ରାୟ ୨୮୦.୫୬ ପଏଣ୍ଟ ବୃଦ୍ଧି ସହିତ କାରବାର କରୁଛି।  କିନ୍ତୁ ଅନ୍ୟପଟରେ ଟ୍ରମ୍ପଙ୍କ ଟାରିଫ୍ ଜାରି ଥିବା ସତ୍ତ୍ୱେ, ମଧ୍ୟ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି।

୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ୍ ପିଛା ୪୯୦ ଟଙ୍କା ହ୍ରାସ ପାଇ ୧,୦୭,୬୫୦ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ମଧ୍ୟ କିଲୋପ୍ରତି ୮୨୦ ଟଙ୍କା କମିଛି।

ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି।

ଆଜି ଦିଲ୍ଲୀରେ ରୂପା ବହୁତ ଶସ୍ତା ହୋଇଯାଇଛି। ରୂପା ୧୦୪୦ ଟଙ୍କା ହ୍ରାସ ପାଇ ୧୨୩,୦୬୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି।

ସେହି ସମୟରେ ସୁନା ମଧ୍ୟ ୫୯୦ ଟଙ୍କା ହ୍ରାସ ପାଇ ୧,୦୭,୧୬୦ ଟଙ୍କାରେ ପହଞ୍ଚିଛି।ଦେଶର ଅର୍ଥନୈତିକ ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଛି।

 

Related Articles

Back to top button