
ଭୁବନେଶ୍ୱର ୧୭/୦୯/୨୦୨୫: ଭୁବନେଶ୍ବର ମହାନଗର ନିଗମ ରାଜଧାନୀ କୁ ସବୁଜ ସୁନ୍ଦର କରିବା ପାଇଁ ମେଗା ପ୍ଲାଣ୍ଟେସନ ଅଭିଯାନ ଜାରି ରହିଛି । ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ବାର୍ଷିକୀ ଅବସରରେ “ଏକ ପେଡ୍ ମା’ କେ ନାମ” ଅଭିଯାନ ଅଧୀନରେ ଭୁବନେଶ୍ବର ମହାନଗର ନିଗମ ସ୍ବତନ୍ତ୍ର ଭାବେ ଏକ ମେଗା ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଛି । ଚଳିତବର୍ଷର ସପ୍ତମ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଭାବେ କଳିଙ୍ଗ ଷ୍ଟୁଡିଓ ଛକ ନିକଟ ଘାଟିକିଆ ଅନ୍ତର୍ଗତ ଓୟୁଏଟି (OUAT)ର ବାଉଁଶ ନିର୍ଦ୍ଦେଶନା ଫାର୍ମ ପରିସରରେ ଏହି ମେଗା ବୃକ୍ଷ ରୋପଣ ଅନୁଷ୍ଠିତ ହୋଇ ଯାଇଛି। ପାଞ୍ଚ ଏକର ଜମିରେ ୧୫ ହଜାର ଚାରା ରୋପଣ ପଇଁ ବୃକ୍ଷରୋପଣ ଆରମ୍ଭ ହୋଇଛି। ଏହି ପଦକ୍ଷେପ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଏବଂ ସ୍ଥାୟୀ ସବୁଜ ପରିବେଶ ଦେବାରେ ବେଶ ସହାୟକ ହେବ । ସହରରେ ପରିବେଶଗତ ସ୍ଥିରତା ଏବଂ ସବୁଜିମାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ବିଏମ୍ ସି ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମ ରେ ବିଏମ୍ସି ମେୟର, କମିଶନର, ଡ଼େପୁଟି ମେୟର, ଭି ସି- ଓ ୟୁ ଏ ଟି, ଆଇଓସିଏଲ୍ ରାଜ୍ୟ ମୁଖ୍ୟଙ୍କ ସହ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।ରାଜଧାନୀ କୁ ସବୁଜ ସୁନ୍ଦର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସାଧାରଣ ନାଗରିକ ସାମିଲ ହେବା ପାଇଁ ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା ଆହ୍ୱାନ ଦେଇଛନ୍ତି।