
ଭୁବନେଶ୍ୱର,କୁନି ହାତୀ ପ୍ରିୟାଂଶୀକୁ ନିଜ ଝିଅ ରୁପେ ଦେଖୁଥିଲା ବନବିଭାଗ ।
କୁନି ହାତୀର ଖେଳକୁଦ ସହ ଖାଇବା ପିଇବା ସବୁ ବୁଝୁଥିଲେ ସେଠାରେ ଥିବା କେୟାର ଟେକର।
କୁନି ହାତୀ ମାଆକୁ ଝୁରିଝୁରି ଆଖିରୁ ଲୁହ ଗଡ଼ାଉଥିବା ବେଳେ କୋଳେଇ ନେଇଥିଲା ବନବିଭାଗ ।
କିଛି ଦିନ ତଳେ ହାତୀ ପଲରେ ମା ସହିତ ଆଠମଲ୍ଲିକ ପଞ୍ଚଧାରା ପାହାଡ଼ରୁ କୁସୁମକୁହୁରୀ ଜନବସତି ଆଡକୁ ଚାଲିଆସିଥିଲା ଏହି କୁନି ହାତୀ। ଆଉ ନଜାଣିପାରି ପଡିଯାଇଥିଲା କେନାଲ ଭିତରେ।
ପରେ ସ୍ଥାନୀୟ ଲୋକ ଉଦ୍ଧାର କରି ବନବିଭାଗକୁ ଦେଇଥିଲେ । ହେଲେ ହାତୀ ଛୁଆଟିକୁ ପରେ ଗ୍ରହଣ କରିନଥିଲା ମାଆ ହାତୀ । କୁନି ହାତୀ ପ୍ରିୟାଂଶୀକୁ ନିଜ ଝିଅ ରୁପେ ଦେଖୁଥିଲା ବନବିଭାଗ ।