ଓଡ଼ିଶା

କେନ୍ଦ୍ରାପଡା ଜିଲ୍ଲା କୋର୍ଟ ପରିଦର୍ଶନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି : ଡକ୍ଟର ଏସ. ମୁରଲୀଧର

କେନ୍ଦ୍ରାପଡା : ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ. ମୁରଲୀଧର କେନ୍ଦ୍ରାପଡା ଜିଲ୍ଲା ଅଦାଲତ ପରିଦର୍ଶନ କରିଛନ୍ତି । ସକାଳ ସାଢେ ୮ଟାରେ ମୁଖ୍ୟ ବିଚାରପତି ପହଞ୍ଚିବା ପରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ସେ ବିଭିନ୍ନ କୋର୍ଟ ରୁମ୍ ବୁଲି ଦେଖିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନିମ୍ନ ଅଦାଲତର ପ୍ରିଜାଇଡିଂ ଅଫିସରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ବୈଠକରେ ଯୋଗଦେଇ ଆଇନ ସେବାରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ଉପରେ ମୁଖ୍ୟ ବିଚାରପତି ଗୁରୁତ୍ବାରୋପ କରିଥିଲେ। ଓକିଲ ସଂଘ ପକ୍ଷରୁ ଜିଲ୍ଲାରେ ଭିଜିଲାନ୍ସ ଓ ଶ୍ରମ ଅଦାଲତ ପ୍ରତିଷ୍ଠା ପାଇଁ ମୁଖ୍ୟ ବିଚାରପତିଙ୍କୁ ନିବେଦନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଆଡିସନାଲ ଜିଲ୍ଲା ସେସନ୍ସ ଜଜ୍ ଅଜୟ କୁମାର ପ୍ରଧାନ, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ୍ ଅଜିମୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com