ଅନ୍ତର୍ଜାତୀୟକ୍ରୀଡ଼ା

ମିଥୁନ ମନହାସ ଭାରତୀୟ କ୍ରିକେଟ୍ ବୋର୍ଡ ର ନୂତନ ସଭାପତି

ଭୁବନେଶ୍ୱର,ଦିଲ୍ଲୀର ପୂର୍ବତନ ଅଧିନାୟକ ମିଥୁନ ମନହାସଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ ର ନୂତନ ସଭାପତି ଭାବରେ ନିର୍ବାଚିତ କରାଯାଇଛି।ସେ ଗତ ମାସରେ ଇସ୍ତଫା ଦେଇଥିବା ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନିଙ୍କ ସ୍ଥାନ ନେଇଛନ୍ତି। ସେ ପର୍ଯ୍ୟନ୍ତ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ କାର୍ଯ୍ୟ କରୁଥିଲେ।

ମୁମ୍ୱାଇର  B C C I ମୁଖ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ସାଧାରଣ ସଭାରେ ମନହାସଙ୍କୁ ଅନୁଷ୍ଠାନିକ ଭାବରେ ୩୭ ତମ ସଭାପତି ଭାବରେ ନିର୍ବାଚିତ କରାଯାଇଥିଲା। ସୌରଭ ଗାଙ୍ଗୁଲି ଏବଂ ବିନ୍ନିଙ୍କ ପରେ ସେ ଏହି ପଦବୀରେ ଥିବା ତୃତୀୟ କ୍ରିକେଟର ହୋଇଛନ୍ତି। BCCI ସଭାପତି ପଦବୀ ସମ୍ମାନଜନକ,  ମନହାସ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡରୁ ଏକ ସ୍ଥିର ବାର୍ଷିକ କିମ୍ୱା ମାସିକ ଦରମା ପାଇବେ ନାହିଁ।  ବରଂ ସେ ଅନ୍ୟ ପଦାଧିକାରୀମାନଙ୍କ ପରି ଦୈନିକ ଭତ୍ତା ଏବଂ ସୁବିଧା ପାଇବେ।

ବିଦେଶ ବୈଠକ ପାଇଁ, ସେ ପ୍ରତିଦିନ ପ୍ରାୟ ୮୮,୬୬୮ ଟଙ୍କା ପାଇବେ। ଭାରତ ମଧ୍ୟରେ କୌଣସି କାର୍ଯ୍ୟ ଯାତ୍ରା ପାଇଁ ସେ ପ୍ରତିଦିନ ୩୦ ହଜାର ଟଙ୍କା ଭତ୍ତା ପାଇବେ।

ଏହା ସହିତ BCCI ସଭାପତି ଭାବରେ ମନହାସ ଘରୋଇ ଯାତ୍ରା ପାଇଁ ବିଜନେସ୍ କ୍ଲାସ୍ ଏବଂ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଫାଷ୍ଟ କ୍ଲାସ୍ ବା ବିଜନେସ୍ କ୍ଲାସ୍ ପାଇବେ, ସହିତ ଫାଇଭ୍ ଷ୍ଟାର ହୋଟେଲ ସୁଟ୍‌ରେ ରହିବା ପାଇଁ ମଧ୍ୟ ପାଇବେ।

Related Articles

Back to top button