ଅନ୍ତର୍ଜାତୀୟ

କୋଭିଡ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କଲା ନୂତନ ତଥ୍ୟ

ବିଶ୍ୱରେ ଚଳିତ ବର୍ଷ ନଭେମ୍ବର ୨୦ରୁ ଡିସେମ୍ବର ୨୮ ଅର୍ଥାତ ୨୮ ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨% ବୃଦ୍ଧି ଘଟିଛି। ପୂର୍ବ ୨୮ ଦିନ ତୁଳନାରେ ୮ ଲକ୍ଷ ୫୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ବିଷୟ ପ୍ରକାଶ କରିଛି। ତେବେ ପୂର୍ବ ୨୮ ଦିନ ତୁଳନାରେ ମୃତ୍ୟୁ ସଂଖ୍ୟା ୮% ହ୍ରାସ ପାଇଛି। ଡିସେମ୍ବର ୧୭ ସୁଦ୍ଧା ସାରା ବିଶ୍ୱରେ ସଙ୍କ୍ରମିତଙ୍କ ସଂଖ୍ୟା ୭୭ କୋଟି ୨ ଲକ୍ଷରୁ ଅଧିକ ଥିବାବେଳେ ପ୍ରାୟ ସାତ ଲକ୍ଷ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ – ହୁ ଆଜି ଏହି ରିପୋର୍ଟ ଜାରି କରିଛି। ନଭେମ୍ବର ୧୩ରୁ ଡିସେମ୍ବର ୧୦ ମଧ୍ୟରେ, ୧ ଲକ୍ଷ ୧୮ ହଜାରରୁ ଅଧିକ ନୂଆ କୋଭିଡ ସଂକ୍ରମିତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ୧ ହଜାର ୬୦୦ ରୁ ଅଧିକ ସଂକ୍ରମିତ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି ହୋଇଛନ୍ତି।ସେହିପରି ଡିସେମ୍ବର ୧୮ ସୁଦ୍ଧା କରୋନାର ଅନ୍ୟ ଏକ ପ୍ରକାର ଜେଏନ.୧ ଯୋଗୁ ମଧ୍ୟ କେତେକ ଦେଶରେ ସଂକ୍ରମଣ ବୃଦ୍ଧି ପାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com