ଓଡ଼ିଶାମୌସୁମୀ

ଲଘୁଚାପ ପ୍ରଭାବରେ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା।

ଭୁବନେଶ୍ୱର,ଆଜି ଘୂର୍ଣ୍ଣିଂବଳୟ ସୃଷ୍ଟି ହୋଇଛି। ଆସନ୍ତାକାଲି ଅବପାତର ରୂପ ନେବ। ୨ରେ ଅବପାତ ହୋଇ ପ୍ରବଳ ବର୍ଷିବ।୩ ତାରିଖରେ ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ଲଘୁଚାପ। ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୭ଟି ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର,ମାଲକାନଗିରିକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଲଘୁଚାପ ପ୍ରଭାବରେ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା। ଆଜିଠାରୁ ପୁଣି ବର୍ଷାର ପ୍ରକୋପ ଦେଖିବାକୁ ମିଳିପାରେ।

ଆସନ୍ତା ୨୪ ଘଣ୍ଟା ପାଇଁ ସାରା ରାଜ୍ୟକୁ ବିଜୁଳି ଘଡଘଡ଼ି ସହ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୨ ତାରିଖରେ ମଧ୍ୟ ୫ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି।ପୂଜାରେ ଭିଜିବ ଦଶହରା ବଜାର। ପୂଜା ବଜାରକୁ ମାନ୍ଦା କରିବ ଲଘୁଚାପ ବର୍ଷା।

Related Articles

Back to top button