ଅନ୍ୟାନ୍ୟଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଗୋପବନ୍ଧୁ ଛକରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ପାଳିତ

ସତ୍ୟ, ତ୍ୟାଗ ଓ ନିଷ୍ଠାର ମୂର୍ତିମନ୍ତ ପ୍ରତୀକ ହେଲେ ଗୋପବନ୍ଧୁ: ମନମୋହନ ସାମଲ

ଭୁବନେଶ୍ୱର, ୦୯/୧୦/୨୦୨୫ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଉତ୍କଳର ନୁହନ୍ତି ସେ ହେଲେ ସାରା ବିଶ୍ୱର ମଣି । ସେ ଏକାଧାରରେ ଥିଲେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା । ସେ ଥିଲେ ସତ୍ୟ, ତ୍ୟାଗ ଓ ନିଷ୍ଠାର ମୂର୍ତିମନ୍ତ ପ୍ରତୀକ । ଓଡ଼ିଶାର ଏହି ମହାନ ବରପୁତ୍ରଙ୍କ ୧୪୮ତମ ଜନ୍ମଜୟନ୍ତୀ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ଛକରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ, ଉତ୍କଳମଣି ଗୋପବନ୍ଧୁ ଓଡିଆ ଭାଷା ବିଲୋପ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ତାଙ୍କର ଆହ୍ୱାନ ଥିଲା କି, ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା । ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ । ସେହିପରି କଲିକତାରେ ସେ ଉଚ୍ଚ ଶିକ୍ଷା କରୁଥିବା ସମୟରେ ପ୍ରବାସୀ ଓଡିଆଙ୍କ ଦୁଃଖ ଦୁର୍ଦ୍ଦଶାରେ ବ୍ୟଥିତ ହୋଇ ଓଡିଶା ଶ୍ରମିକ ସଂଘ ଏବଂ ସାନ୍ଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା ବୋଲି ଶ୍ରୀ ସାମଲ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Related Articles

Back to top button