ଗୋଟିଏ ବ୍ରାଣ୍ଡକୁ ସମର୍ଥନ କରିବା ପାଇଁ କୋଟି କୋଟି ଟଙ୍କା

ଭୁବନେଶ୍ୱର , ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମା ଉଭୟ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍। ଏହି ଖେଳାଳିମାନେ ସେମାନଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ରହିଛନ୍ତି।ବଡ଼ ଷ୍ଟାରଖେଳାଳିମାନଙ୍କ ମଧ୍ୟରୁ ,ବିରାଟ କୋହଲି ଏବଂ ରୋହିତ ଶର୍ମା ଅନ୍ୟତମ। ଉଭୟ ପ୍ରଚୁର ଟଙ୍କା ରୋଜଗାର କରିଛନ୍ତି। ବିରାଟ କୋହଲି ଆଜିକାଲି କେବଳ ଜଣେ କ୍ରିକେଟର ନୁହଁନ୍ତି, ବରଂ ଜଣେ ଗ୍ଲୋବାଲ ଆଥଲେଟି ହୋଇଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ, 2025 ରେ କୋହଲିଙ୍କ ମୋଟ ନେଟ୍ ସମ୍ପତ୍ତି ପ୍ରାୟ 1050 କୋଟି ହେବ ବୋଲି ଆକଳନ କରାଯାଇଛି।BCCI ର କେନ୍ଦ୍ରୀୟ ଚୁକ୍ତିନାମାରେ କୋହଲି ଗ୍ରେଡ୍ A+ ତାଲିକାଭୁକ୍ତ, ଯାହା ତାଙ୍କୁ ବାର୍ଷିକ 7 କୋଟି ଦରମା ମିଳୁଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 2025 IPL ସିଜିନ୍ ପାଇଁ ବିରାଟଙ୍କୁ 21 କୋଟିରେ ବଜାୟ ରଖିଥିଲା, ଏବଂ ବିରାଟ IPL ରୁ ପ୍ରାୟ 200 କୋଟି ରୋଜଗାର କରିସାରିଛନ୍ତି।
ବିରାଟ PUMA, MRF, ଏବଂ Audi India ଭଳି ଅନେକ ପ୍ରମୁଖ ବ୍ରାଣ୍ଡର ଆମ୍ବାସାଡର ଏବଂ ଗୋଟିଏ ବ୍ରାଣ୍ଡକୁ ସମର୍ଥନ କରିବା ପାଇଁ କୋଟି କୋଟି ଟଙ୍କା ଆଦାୟ କରନ୍ତି।ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କର ନେଟୱର୍ଥ ମଧ୍ୟ ବହୁତ ଅଧିକ । କିନ୍ତୁ ତାଙ୍କର ସମ୍ପତ୍ତି କୋହଲିଙ୍କ ତୁଳନାରେ ବହୁତ କମ୍। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 2025ରେ ରୋହିତଙ୍କ ମୋଟ ସମ୍ପତ୍ତି ପ୍ରାୟ 214 କୋଟି ହେବ ବୋଲି ଆକଳନ କରାଯାଇଛି।
ରୋହିତଙ୍କୁ BCCIର କେନ୍ଦ୍ରୀୟ ଚୁକ୍ତିନାମାର ଗ୍ରେଡ୍ A+ ତାଲିକାରେ ମଧ୍ୟ ସାମିଲ କରାଯାଇଛି, ଯାହା ତାଙ୍କୁ ବାର୍ଷିକ 7 କୋଟି ଦରମା ପ୍ରଦାନ କରେ। ଏହି ସମୟରେ, ମୁମ୍ବାଇ ଇଣ୍ଡିଆନ୍ସ IPL 2025 ସିଜିନ୍ ପାଇଁ ରୋହିତଙ୍କୁ 16.35 କୋଟିରେ ବଜାୟ ରଖିଛି, ଏବଂ ରୋହିତ IPL ରୁ 150 ରୁ 200 କୋଟି ଟଙ୍କା ରୋଜଗାର କରିସାରିଛନ୍ତି।