ଓଡ଼ିଶାଦୁର୍ନୀତି

ପୋଲିସ SI ଜାଲିଆତି ମାମଲା ; ବଣିକ କୋଚିଂ ସେଣ୍ଟରରେ କ୍ରାଇମ ବ୍ରାଞ୍ଚ ରେଡ

ଭୁବନେଶ୍ୱର ୦୯/୧୦/୨୦୨୫:ଗତ କିଛି ଦିନ ହେବ ରାଜ୍ୟରେ ସବ୍‌-ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟାରେ ରାଜନୈତିକ ମଞ୍ଚ ଗରମ ଥିବା ବେଳେ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍‌ପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ କରିଛି ଚଢ଼ାଉ। ଏହି ଘୋଟାଲାରେ ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ, କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ସୂଚନା ମୁତାବକ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କିଛି ପରୀକ୍ଷାର୍ଥୀ ‘ବଣିକ’ କୋଚିଂ ସେଣ୍ଟରରୁ ପଠାଯାଇଲା।

କ୍ରାଇମବ୍ରାଞ୍ଚ ଅଧିକାରୀମାନେ ‘ବଣିକ’ର ଗତ ୫ ବର୍ଷର ରେକର୍ଡ ଯାଞ୍ଚ କରିବା ସହ ଏହି ଘୋଟାଲାରେ ସେଣ୍ଟରର ଭୂମିକା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଡିଏସ୍‌ପି ଙ୍କ ସୂଚନା ମୁତାବକ କେତେ ପରୀକ୍ଷାର୍ଥୀ ଏହି ସେଣ୍ଟର ସହ ଜଡ଼ିତ ଥିଲେ, ତାହା ଅନୁସନ୍ଧାନ ପରେ ସ୍ପଷ୍ଟ ହେବ।”

ତଦନ୍ତରୁ ଜଣାପଡ଼ିଛି ଯେ, ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ କୋଚିଂ ସେଣ୍ଟରର ମାଲିକଙ୍କ ସହ ସମ୍ପର୍କ ରହିଛି। ଏହା ବ୍ୟତୀତ, ବିଜୟନଗର ପରୀକ୍ଷା କେନ୍ଦ୍ରକୁ ଯାଉଥିବା କିଛି ପରୀକ୍ଷାର୍ଥୀ ‘ବଣିକ’ରେ ପଢ଼ୁଥିବା ଜଣାପଡ଼ିଛି। ଏହି ଘୋଟାଲାରେ ଫିକ୍ସିଂ ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି, ଯାହା ଓଡ଼ିଶା ପୋଲିସ ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଉଠାଇଛି ପ୍ରଶ୍ନ ।

କ୍ରାଇମବ୍ରାଞ୍ଚ ଏହି ଘୋଟାଲାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଗଭୀର ଅନୁସନ୍ଧାନ ଜାରି ରଖିଛି। ‘ବଣିକ’ କୋଚିଂ ସେଣ୍ଟରର କାର୍ଯ୍ୟକଳାପ ଏବଂ ଏହାର ନିଯୁକ୍ତି ପ୍ରକ୍ରିୟାରେ ସମ୍ପୃକ୍ତି ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ପରେ ଏହି ମାମଲାର ପୂର୍ଣ୍ଣାଙ୍ଗ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା ରଖିଛନ୍ତି ଅଧିକାରୀ।

Related Articles

Back to top button