
ଭୁବନେଶ୍ୱର,ଅଁଳା ଏକ ସୁପରଫୁଡ୍ ଯାହା ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଆମ ଦେଶରେ ଅଁଳା ପାରମ୍ପରିକ ଭାବରେ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଆସୁଛି। । ଭିଟାମିନ୍ ସିରେ ଭରପୂର ଅଁଳା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି । ଓଜନ ହ୍ରାସ ଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପର୍ଯ୍ୟନ୍ତ ସବୁକିଛି ପାଇଁ ଆପଣ ଅଁଳା ସେବନ କରିବା ଉଚିତ । ଶରୀର ପାଇଁ ଅଁଳା ଅମୃତ ସମାନ । ଏଥିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ ।
ଶରୀରର ପ୍ରତିରୋଧକ କ୍ଷମତା ବଢ଼ାଇବାରେ ଅଁଳା ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣ ଖାଲି ପେଟରେ ଅଁଳା ଖାଆନ୍ତି, ତେବେ ଏହା ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ । ଅଁଳାରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, କ୍ୟାଲସିୟମ, ଆଇରନ୍, ପୋଟାସିୟମ ଭଳି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ଅଁଳା ଖାଇବା ଦ୍ୱାରା ପାଚନ କ୍ରିୟା ମଜବୁତ ହୁଏ । କେଶ ଏବଂ ଆଖି ପାଇଁ ମଧ୍ୟ ଅଁଳା ବହୁତ ଲାଭଦାୟକ । ଅଁଳା ଆମକୁ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରରେ ଭରପୂର ଅଁଳା ।
ଏହା ଖାଇବା ଦ୍ବାରା ଥଣ୍ଡା ଏବଂ ଜ୍ୱର ଭଳି ରୋଗରୁ ମୁକ୍ତି ଦେଇଥାଏ । ଏହା ସେବନ କଲେ ଇମ୍ୟୁନିଟି ପାୱାରକୁ ବଢାଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ, ଏହା ପାଚନ ଶକ୍ତିକୁ ଉନ୍ନତ କରିଥାଏ । ହାର୍ଟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହା ସହିତ ଡାଇବେଟିସ ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ । ଯାହା ସ୍ବାସ୍ଥ୍ୟ ବ୍ୟତୀତ ଘନ ଏବଂ ସୁନ୍ଦର କେଶ ପାଇଁ ଭଲ ବୋଲି ବିବେଚନା କରାଯାଇଥାଏ । ଏହା ସହିତ ଅଁଳା ଆପଣଙ୍କ କୋଲେଷ୍ଟ୍ରଲ୍ ସ୍ତରକୁ କମ କରିବାରେ ଏବଂ ରକ୍ତଚାପକୁ ଉନ୍ନତ କରିବାରେ ସାହାଯ୍ୟ କରେ ।ଏଥିରେ ଫାଇବର ଗୁଣ ଭରପୂର ଥିବାରୁ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ଏହା କୋଷ୍ଠକାଠିନ୍ୟକୁ ରୋକିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୋଗୁଁ ଏହା ଆପଣଙ୍କ ଲିଭର ସମସ୍ୟା ମଧ୍ୟ ଦୂର କରିଥାଏ । ଏହା ଓଜନ ହ୍ରାସର ଯାତ୍ରାକୁ ସହଜ କରିଦେଇଥାଏ । କେବଳ ଏତିକି ନୁହେଁ ଅଁଳା ଆପଣଙ୍କ ମେମୋରୀ ପାୱାରକୁ ମଧ୍ୟ ମଜବୁତ କରିଥାଏ । ଏହା ସେବନ କରିବା ଦ୍ବାରା ତ୍ବଚାରେ ଏକ ଭିନ୍ନ ଚମକ ଆଣିଥାଏ । ତେଣୁ ଏହାକୁ ସେବନ କରିବା ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ।