ସ୍ୱାସ୍ଥ୍ୟ

ଆପଣଙ୍କୁ କୋଭିଡ ଆକ୍ରାନ୍ତଙ୍କୁ ଠାରୁ ଦୁରେଇ ରଖିବ ମୋବାଇଲ ! ଏହି ଆପ୍ ଦେବ ସୂଚନା

ଭୁବନେଶ୍ୱର: ଦୁନିଆର ଅନେକ ଦେଶରେ COVID ର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବଂ ସରକାର ମଧ୍ୟ ଏହାକୁ ନେଇ ବେଶ ସଚେତନ ହୋଇଛନ୍ତି । ଏହାକୁ ଏଡାଇବା ପାଇଁ ଲୋକମାନେ ନିରାପଦରେ ରହିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାକୁ ଏଡ଼ାଇବା ପାଇଁ ଫେସ୍ ମାସ୍କ ଏବଂ ଟିକା ଏକ ଭଲ ବିକଳ୍ପ । କିନ୍ତୁ ଆପଣ ଜାଣନ୍ତି କି ଆଇଫୋନ୍ ସାହାଯ୍ୟରେ ମଧ୍ୟ କୋଭିଡକୁ ଏଡାଯାଇପାରିବ । ଆପଣ ବ୍ୟବହାର କରୁଥିବା ଆଇଫୋନ୍ ପ୍ରକୃତରେ ଆପଣଙ୍କୁ କୋଭିଡ ବିପଦ ବିଷୟରେ ଚେତାବନୀ ଦେଇପାରେ । ଆପଣଙ୍କୁ କେବଳ ଗୋଟିଏ ବ ଫିଚର୍ସକୁ ଆକ୍ଟିଭ କରିବାକୁ ପଡିବ ।

ଆପଲ୍ ଆଇଓଏସରେ ଏକ୍ସପୋଜର ନୋଟିଫିକେସନ୍ ନାମକ ଏକ ନୂତନ ଫିଚର୍ସ ପ୍ରକାଶ କରିଥିଲା ​​। ଏହି ଫିଚର୍ସ ତୁରନ୍ତ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେଲା ଯାହାର iOS 13 ଅଛି, ପରେ ଏହାକୁ ଏକ ନୂତନ ଡିଭାଇସରେ ଅନ୍ତର୍ଭୂକ୍ତ କରାଯାଇଥିଲା । ଯଦି ଆପଣ ସକ୍ରିୟ ଭାବରେ ଜାଣିବାକୁ ଚାହାଁନ୍ତି ଯେ ଆଖପାଖରେ କିଏ କୋଭିଡ୍ ଅଛି, ତେବେ ଆପଣ ଏହି ଫିଚର୍ସକୁ ଟର୍ନ୍ ଅନ୍ କରିବାକୁ ପଡିବ।

ଏକ୍ସପୋଜର ନୋଟିଫିକେସନ୍ ଭାରତରେ କାମ କରୁନାହିଁ । ଏହା ପଛର କାରଣ ହେଉଛି ସ୍ଥାନୀୟ ନିୟମ । ଭାରତୀୟମାନେ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ COVID ସମ୍ପର୍କିତ ଅନେକ ସୂଚନା ପାଇପାରିବେ।

 

Related Articles

Back to top button
WP Twitter Auto Publish Powered By : XYZScripts.com