ଦୀପାବଳି ପୂର୍ବରୁ ମହିଳାଙ୍କ ପାଇଁ ବଡ଼ ଉପହାର: ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଆମ ସୁବାହକ’

ଭୁବନେଶ୍ୱର, ୧୫ ଅକ୍ଟୋମ୍ବର : ଦୀପାବଳି ପୂର୍ବରୁ ରାଜ୍ୟ ସରକାର ମହିଳାଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ‘ସୁଭଦ୍ରା’ ଯୋଜନା ପରେ ଏବେ ଆସୁଛି ଆଉ ଏକ ନୂଆ ଫ୍ଲାଗ୍ସିପ୍ ଯୋଜନା ‘ଆମ ସୁବାହକ’ ବା ‘ଆତ୍ମନିର୍ଭର ମହିଳା ସୁବାହକ ଯୋଜନା’। ଏହି ଯୋଜନା ଅନ୍ତର୍ଗତରେ ରାଜ୍ୟର ମହିଳାମାନେ ଋଣ ନେଇ କାର୍ କିଣିବେ ଓ ଟ୍ୟାକ୍ସି ଭାବେ ବ୍ୟବହାର କରିପାରିବେ, ଯାହା ତାଙ୍କୁ ଆର୍ଥିକ ଦିଗରୁ ସ୍ୱାବଳମ୍ବୀ କରିବ।
ଏହି ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ମହିଳାକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ। ଏହି ଋଣର ସବୁ ସୁଧ ସରକାର ଖର୍ଚ୍ଚ କରିବ ଓ ମହିଳାମାନେ କେବଳ ମୂଳ ଧନକୁ ୫ ବର୍ଷ ମଧ୍ୟରେ କିସ୍ତି ଭିତ୍ତିକରେ ଫେରାଇବେ। ଏହା ଫଳରେ ନିଜ କାର୍ ଚାଳନା କରି ମହିଳାମାନେ ନିଜ ଆୟ ସୃଷ୍ଟି କରିପାରିବେ।
ସରକାର ପ୍ରଥମ ଚାରି ବର୍ଷ ମଧ୍ୟରେ ୧୧୦୦ ମହିଳାଙ୍କୁ ଏହି ଯୋଜନା ଅନ୍ତର୍ଗତ ଋଣ ସହାୟତା ଯୋଗାଇବା ଲକ୍ଷ୍ୟ ରଖିଛି। ବ୍ୟାଙ୍କ ମାଧ୍ୟମରେ ଏହି ଋଣ ଦିଆଯିବ ଓ ରାଜ୍ୟ ସରକାର ପ୍ରତିବର୍ଷ ୧୧% ହାରରେ ସୁଧ ପ୍ରଦାନ କରିବ। ଏହି ଯୋଜନା ମହିଳାମାନେ ଚାଲକ ଭାବେ କାର୍ ଚାଳନା କରି ବେସରକାରି ଟ୍ୟାକ୍ସି ସେବା ଦେଖିବାରେ ସହଯୋଗୀ ହେବେ।
ଏହି ଉଦ୍ୟମ ମାଧ୍ୟମରେ ରାଜ୍ୟ ସରକାର ମହିଳାଙ୍କ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାକୁ ପ୍ରେରିତ କରିବାକୁ ଚାହୁଁଛି। ଏହା ମାଧ୍ୟମରେ ମହିଳାଙ୍କର ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ଗତି ଆସିବ ବୋଲି ଆଶା କରାଯାଉଛି। ଏହି ଯୋଜନାକୁ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟ ଅନୁମୋଦନ ଦେଇଛି।
ଏନେଇ ଏବେ ଆସନ୍ତା ୨୩ ଅକ୍ଟୋବର ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ଯେଉଁଠି ଯୋଜନାର ବ୍ୟବହାରିକ ପାଳନ ଓ କାର୍ଯ୍ୟନ୍ବୟନ ବିଷୟରେ ଚର୍ଚ୍ଚା ହେବ। ଏହା ସଫଳ ହେଲେ, ଏହି ଯୋଜନା ଦୀର୍ଘକାଳୀନ ଭାବେ ରାଜ୍ୟର ମହିଳାମାନଙ୍କ ପାଇଁ ଏକ ନୂଆ ଆଶା ହେବ।