ଓଡ଼ିଶାରାଜନୀତି

ନବୀନଙ୍କ ଜନ୍ମଦିନରେ ଦୀର୍ଘାୟୁ କାମନା କରି ମୁଖ୍ୟମନ୍ତ୍ରୀଙ୍କ ସହ ଶୁଭେଚ୍ଛା ଜଣାଇଲେ ବୋହୁ ବିରୋଧୀ ଦଳ ନେତା

 

ଭୁବନେଶ୍ୱର, ୧୬ ଅକ୍ଟୋବର : ଆଜି ବିଜେଡି ସଭାପତି ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମଦିନ ଅବସରରେ ଜନତା ଓ ରାଜନୈତିକ ବ୍ୟକ୍ତିତ୍ୱମାନଙ୍କ ଅନେକ ଶୁଭେଚ୍ଛା ଓ ଆଶୀର୍ବାଦ ପାଇଛନ୍ତି। ଏହି ଅବସରରେ ଓଡ଼ିଶାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ବାବୁଙ୍କୁ ଫୋନରେ ଶୁଭେଚ୍ଛା ଜଣାଇ ଭଗବାନ ଜଗନ୍ନାଥଙ୍କ ନିକଟରେ ତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି।

ଏହାସହିତ ଉପମୁଖ୍ୟମନ୍ତ୍ରୀ କେ. ଭି. ସିଂହ ଦେଓ ଓ ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଅନେକ ବିରୋଧୀ ଦଳ ନେତାମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହା ସହ ପଦ୍ମଶ୍ରୀ ପ୍ରାପ୍ତ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ଅପୂର୍ବ ବାଲୁକା କଳା ନିର୍ମାଣ କରି, ନବୀନଙ୍କ ସେବାମୟ ଜୀବନକୁ ଅଭିନନ୍ଦନ ଜଣାଇଛନ୍ତି। ଏବଂ ୨୫ବର୍ଷ କାଳ ନବୀନଙ୍କ ନିରବଛିନ୍ନ ସେବାର ଫଳ ସ୍ୱରୂପ ଓଡ଼ିଶାର କୋଟି କୋଟି ଜନତା ତାଙ୍କର ଦୀର୍ଘାୟୁ କାମନା କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

 

Related Articles

Back to top button