ଓଡ଼ିଶାରାଜନୀତି

ବିଜେପିରେ ସାମିଲ ହେଲେ ଲମ୍ବୋଦର ନିଆଲ।

ଭୁବନେଶ୍ୱର, ବିଜେପିରେ ସାମିଲ ହୋଇଛନ୍ତି ନୂଆପଡାର ବରିଷ୍ଠ ନେତା ଲମ୍ବୋଧର ନିଆଲ।  ନୂଆପଡା ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଥିଲେ ଲମ୍ବୋଧର ।ଲମ୍ବୋଧର ୨୦୨୪ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟ୍ ରେ ଲଢ଼ିଥିଲେ।

ଆଜି ସକାଳୁ ବିଜେଡି ନେତା ଲମ୍ବୋଦର ନିଆଲ ବିଜେପିରେ ମିଶିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ସତ ପ୍ରମାଣିତ ହୋଇଛି।

ରାଜ୍ୟ ସଭାପତି ମନମୋହନ ସାମଲ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଉପସ୍ଥିତିରେ ପଦ୍ନ ଧରିଛନ୍ତି ଲମ୍ବୋଧର।

ଆଜି ସକାଳେ ଲମ୍ବୋଧର ନୁଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରକୁ ଯାଇଥିଲେ। ପରେ ଜୟ ଢୋଲକିଆ ଓ ଲମ୍ବୋଦର ନିଆଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା ଯାହା ପରେ ସେ ବିଜେପିରେ ଯୋଗ ଦେବା ନେଇ ଜୋର ଚର୍ଚ୍ଚା ହେଉଥିଲା।

ଏଥି ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ବିଜେଡି ସଭାପତିଙ୍କୁ ଚିଠି ଲେଖି ଜଣାଇଥିଲେ।

Related Articles

Back to top button