ଜାତୀୟରାଜନୀତି

ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଅଭିଳାଷ ନାହିଁ, କିନ୍ତୁ ବହୁତ ଫୋନ୍ କଲ୍ ପାଉଛି: ନୀତୀଶ କୁମାର

ପ୍ରଧାନମନ୍ତ୍ରୀ ହେବାକୁ ମୋର ଅଭିଳାଷ ନାହିଁ, କିନ୍ତୁ ସେ ବାବଦରେ ବହୁତ ଫୋନ୍‌ କଲ୍‌ ପାଉଛି ବୋଲି ଆଜି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ସେ କହିଛନ୍ତି, ଆମେ ସମସ୍ତଙ୍କୁ ଏକତ୍ର କରିବାକୁ ଚାହୁଁ। ମୁଁ ସକାରାତ୍ମକ କାର୍ଯ୍ୟ କରୁଛି। ମୋ ପାଖକୁ ଗୁଡ଼ାଏ ଫୋନ୍‌-କଲ୍‌ ଆସୁଛି ଆଉ ମୁଁ ସବୁ କଲ୍‌ ଗ୍ରହଣ କରୁଛି। ପ୍ରଥମେ ମୁଁ ମୋର କର୍ତ୍ତବ୍ୟ କରିବି ତା’ପରେ ଫୋନ୍‌-କଲ୍‌ ଗ୍ରହଣ କରିବି। ଆଗାମୀ ଲୋକସଭା ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ବୋଲି ଉଠିଥିବା ଗୁଜବକୁ ସେ ଏଡ଼ାଇ ଦେଇ ସେ କହିଛନ୍ତି: ଯୋଡ଼ହସ୍ତରେ କହୁଛି, ମୁଁ ସେ କଥା କଳ୍ପନା କରିନାହିଁ। ମୋର କର୍ତ୍ତବ୍ୟ ହେଲା ସମସ୍ତଙ୍କ ପାଇଁ କାର୍ଯ୍ୟ କରିବା। ସମସ୍ତ ବିରୋଧୀ ଦଳଙ୍କୁ ଏକତ୍ର କରି କାର୍ଯ୍ୟ କରାଇବାକୁ ମୁଁ ଉଦ୍ୟମ କରିବି। ସେମାନେ ଏକାଠି କାର୍ଯ୍ୟ କଲେ ଭଲ ହେବ।

ଚଳିତ ସପ୍ତାହ ପ୍ରାରମ୍ଭରେ ‘ଏନ୍‌ଡିଏ’ ମେଣ୍ଟରୁ ବାହାରି ଆସି ‘ମହାଗଠବନ୍ଧନ’ ମେଣ୍ଟର ମୁଖ୍ୟ ଭାବେ ବିହାର ଶାସନ କରିବା ପାଇଁ ‘ଆର୍‌ଜେଡି’ ଓ ‘କଂଗ୍ରେସ’ ସହିତ ଯୋଗ ଦେଇଥିବା ୭୧ ବର୍ଷିୟ ନୀତୀଶ କୁମାର ରାଜ୍ୟରେ ରାଜନୈତିକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଜେଡ୍‌+ ନିରାପତ୍ତା ଯୋଗାଇ ଦିଆଯିବା ଘଟଣାରେ ‘ବିଜେପି’ର ଆପତ୍ତି ବିଷୟରେ ପଚରାଯିବାରୁ ନୀତୀଶ କୁମାର କହିଲେ ଯେ, ‘ଆର୍‌ଜେଡି’ ନେତାଙ୍କ ନିରାପତ୍ତା ବୃଦ୍ଧି ସଂକ୍ରାନ୍ତରେ ପଚାରିବାକୁ ‘ଗୈରିକ ଦଳ’ର ସାମର୍ଥ୍ୟ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com