
ଭୁବନେଶ୍ୱର,,ନିଜ ଜନ୍ମ ଦିନରେ ଜନ ସମ୍ପର୍କ ପଦଯାତ୍ରା କରିଛନ୍ତି ନବୀନ।ନବୀନଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସେ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ନବୀନଙ୍କ
ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁଖମୟ ଜୀବନ କାମନା କରୁଥିବା ଲେଖିଛନ୍ତି।
ଭୁବନେଶ୍ୱର, ଏକାମ୍ର ନିର୍ବାଚନ ମଣ୍ଡଳୀ ଗଙ୍ଗ ନଗର ମଙ୍ଗଳା ବସ୍ତିରେ ଆୟୋଜିତ ହୋଇଥିବା ପଦଯାତ୍ରାରେ ଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ।
ଏନେଇ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ମଙ୍ଗଳା ବସ୍ତି ବାସିନ୍ଦା ରସ୍ତାରେ ମୁରୁଜ ପକାଇ କଳସ ବସାଇ ସ୍ୱାଗତ ପାଇଁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଥିଲା।
ଏହି ପଦଯାତ୍ରାରେ ଦଳର ସମସ୍ତ ନେତା ସାମିଲ ହୋଇଛନ୍ତି।