ଓଡ଼ିଶାନିର୍ବାଚନରାଜନୀତି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନୂଆପଡା ଗସ୍ତର ଦ୍ଵିତୀୟ ଦିନ,ଇଭିଏମ୍ ଓ ଭିଭିପାଟ ଗୋଦାମ ଗୃହ, ଭୋଟ ଗଣତି କେନ୍ଦ୍ର ଓ ବିଭିନ୍ନ ବୁଥ ପରିଦର୍ଶନ

 

ଭୁବନେଶ୍ୱର, ୧୮ ଅକ୍ଟୋମ୍ବର : ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର.ଏସ. ଗୋପାଳନ (ଭା.ପ୍ର.ସେ.) ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇଭିଏମ୍ ଓ ଭିଭିପାଟ ଗୋଦାମ ଗୃହ ପରିଦର୍ଶନ କରିବା ସହିତ ଆଗାମୀ ଉପନିର୍ବାଚନର ନେସନାଲ କଲେଜସ୍ଥିତ ଭୋଟ ଗଣତି କେନ୍ଦ୍ର ଇଭିଏମ୍ ଓ ଭିଭିପାଟ ଷ୍ଟ୍ରଙ୍ଗ ରୁମ୍ ପରିଦର୍ଶନ ସହ ସାମ୍ପ୍ରତିକ ସ୍ଥିତି, ସଂରଚନା, ସୁରକ୍ଷା ବ୍ୟବସ୍ଥା ଆଦିର ସବିଶେଷ ନୀରିକ୍ଷଣ କରିଥିଲେ । ଏହାପରେ ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ ପରିଦର୍ଶନ କରିବା ସହ ବୁଥ ମାନଙ୍କରେ ମତଦାତାଙ୍କ ପାଇଁ ଉଦିଷ୍ଟ ସମସ୍ତ ମୌଳିକ ସୁବିଧାର ତଦାରଖ କରିଥିଲେ । ଜିଲ୍ଲା ପ୍ରଶାସନର ସମସ୍ତ ପ୍ରସ୍ତୁତି ସମ୍ବନ୍ଧରେ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ସି ଇ ଓ ଙ୍କୁ ଏହି ପରିଦର୍ଶନ ସମୟରେ ଅବଗତ କରାଇଥିଲେ।

ପରିଦର୍ଶନ ସମୟରେ ଅତିରିକ୍ତ ସି ଇ ଓ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାଷ ଚନ୍ଦ୍ର ରାଉତ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ନୀତିନିୟମ, ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ପ୍ରୟୋଗାତ୍ମକ ଦିଗ ସମ୍ପର୍କରେ ଶ୍ରୀ ଗୋପାଳନ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ l ଜିଲ୍ଲାପାଳ ତଥା ଜ଼ିଲ୍ଲା ନିର୍ବାଚନ ଅଧିକାରୀଙ୍କ ନେତୃତ୍ୱରେ ଜ଼ିଲ୍ଲାର ସମସ୍ତ ଅଧିକାରୀ ଉପନିର୍ବାଚନର ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନା କରି ମତଦାତା ତାସହ ନିର୍ବାଚନ ଆୟୋଗଙ୍କ ପ୍ରଶଂସାର ପାତ୍ର ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

Related Articles

Back to top button