ଅପରାଧଓଡ଼ିଶାରାଜନୀତି

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ

 

ଗଞ୍ଜାମ, ୨୨ ଅକ୍ଟୋମ୍ବର : ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଗଞ୍ଜାମ ରାଜନୈତିକ ମହଳରେ ଚାଞ୍ଚଳ୍ୟ ସୃଷ୍ଟି ହୋଇଛି। ଏହି ମାମଲାରେ ପୂର୍ବତନ ବିଧାୟକ ଓ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ଗିରଫ କରିଛି।

ସୂତ୍ର ଅନୁସାରେ, କାଲି ରାତିରୁ ବିକ୍ରମ ପଣ୍ଡାଙ୍କୁ ଅଟକ ରଖିଥିଲା ପୋଲିସ। ଜେରା ପରେ ପ୍ରାପ୍ତ ତଥ୍ୟ ଓ ପ୍ରମାଣ ଆଧାରରେ ଏହି ଅଭିଯୋଗରେ ସେମାନେ ଜଡିତ ଥିବା ଥିବାର ନିଶ୍ଚୟ କରି, ପୋଲିସ ବିକ୍ରମ ସହ ଅନ୍ୟ ୭ ଜଣଙ୍କୁ ମଧ୍ୟ ଗିରଫ କରିଛି।

ପୋଲିସ ପକ୍ଷରୁ କୁହାଯାଇଛି ଯେ, ମାମଲା ଗମ୍ଭୀର ଏବଂ ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି। ଏଥିପାଇଁ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଅଧିକ ପୋଲିସ ମୁତୟନ କରାଯାଇଛି। ୪ଟି ଥାନା ଓ ୨ ଜଣ ଏସଡିପିଓ ମିଶି ତଦନ୍ତରେ ଲାଗିଛନ୍ତି।

ଏହି ମାମଲାରେ ଅନ୍ୟୋନ୍ୟ ଲୋକଙ୍କ ଜଡା ଥିବା ସମ୍ଭାବନା ରହିଥିବାରୁ, ତଦନ୍ତ ଅଧିକ ଗଭୀର ହେବା ସମ୍ଭାବନା ରହିଛି। ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଓ ଉତ୍ତେଜନା ଲକ୍ଷ କରାଯାଇଛି।

ପୀତବାସ ପଣ୍ଡା ଗଞ୍ଜାମ ଜିଲ୍ଲାରେ ଏକ ଜଣାଶୁଣା ଆଇନଜୀବୀ ଥିଲେ ଓ ଅନେକ ମୁଖ୍ୟ ମାମଲାରେ ସେ ଅଂଶଗ୍ରହଣ କରୁଥିଲେ। ତାଙ୍କ ହତ୍ୟା ରାଜନୈତିକ ଦିଗରୁ ବି ଗଭୀର ତଦନ୍ତ ଦରକାର ବୋଲି ଆବାଜ ଉଠୁଛି।

ପୋଲିସ ତଦନ୍ତ ତ୍ୱରିତ ଗତିରେ ଚାଲିଛି ଓ ଶୀଘ୍ର ଅଧିକ ଅଭିଯୁକ୍ତ ଗିରଫ ହେବାର ସମ୍ଭାବନା ରହିଛି।

Related Articles

Back to top button