ଓଡ଼ିଶା

ଆଜି ବିଶ୍ୱ ନିଶା ନିବାରଣ ଦିବସ ; କମିଶନରେଟ ପୋଲିସ ଓ ଅବକାରୀ ବିଭାଗ କଲେ ସଚେତନ

 ଭୁବନେଶ୍ୱର ୨୬/୦୬/୨୨- ଆଜି ବିଶ୍ୱ ନିଶା ନିବାରଣ ଦିବସ । ନିଶାଠୁ ଦୁରେଇ ରହି ଏକ ସୁସ୍ଥ ପରିବେଶ ଗଠନ କରିବା ଦିଗରେ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅବକାରୀ ବିଭାଗ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ରାମମନ୍ଦିର ଛକରେ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଟ୍ରାଫିକରେ କାମ କରୁଥିବା ଛାତ୍ରଛାତ୍ରୀମାନଙ୍କ ସହ ପୋଲିସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଆଜିର ନିଶା ନିବାରଣ ଦିବସରେ ଲୋକମାନଙ୍କୁ ଜୀବନର ମୂଲ୍ୟ ଓ ସମାଜପ୍ରତି ପ୍ରତି ଥିବା ଦାୟିତ୍ୱ ବାବଦରେ କହିଥିଲେ। ନିଶା ଠାରୁ ଦୂରେଇ ରହି ସମାଜରେ ଏକ ସୁସ୍ଥ ଜୀବନ ବଞ୍ଚିବା ଦିଗରେ ଆଲୋକପାତ କରିଥିଲେ । କାରଣ ପ୍ରତିବର୍ଷ ନିଶା କାରଣରୁ ଅନେକ ଲୋକଙ୍କ ଜୀବନ ଅକାଳରେ ଯିବା ସହ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି । ନିଶା ନିବାରଣ ଦିବସରେ ଏଭଳି କାର୍ଯକ୍ରମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com