ଓଡ଼ିଶା

ଆଜି ଚମ୍ପକ ଦ୍ବାଦଶୀ ନୀତି, ଘୋଷଯାତ୍ରା ପାଇଁ ଆଜିଠୁ ଦଇତାଙ୍କ ଶ୍ରୀମନ୍ଦିର ପ୍ରବେଶ

ପୁରୀ: ଆଜି ଚମ୍ପକ ଦ୍ବାଦଶୀ ନୀତି । ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠୁ ଦଇତାଙ୍କ ଶ୍ରୀମନ୍ଦିର ପ୍ରବେଶ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବାରୁ ସକାଳୁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଆଜିଠୁ ଦୀର୍ଘ ଏକମାସରୁ ଉର୍ଦ୍ଧ ସମୟ ଧରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଅଣସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା଼ ଯାତ୍ରା, ସୁନାବେଶ ଓ ନୀଳାଦ୍ରିବିଜେ ନୀତି ସମ୍ପାଦନ କରିବେ ଦଇତାପତି ସେବକ । ଦଇତା ପ୍ରବେଶ ନୀତି ଆରମ୍ଭ ହେବା ସହ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚାରମାଳ ବନ୍ଧାଯିବ । ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଉଳ କାଠ ସାକ୍ଷୀଗୋପାଳରୁ ସ୍ବତନ୍ତ୍ର ଶଗଡ଼ିରେ ଆସି ପହଞ୍ଚିଥିବା ବେଳେ ସେଗୁଡ଼ିକରେ ସେନାପଟା ନିର୍ମାଣ ପ୍ରସ୍ତୁତି ମଧ୍ଯ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com