
ଭୁବନେଶ୍ୱର ,ଗୋଟିଏ ପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇ ଆଗକୁ ବଢୁଥିବା ବେଳେ ଦକ୍ଷିଣ ଆଣ୍ଡାମାନରେ ଆଉ ଏକ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୪ ତାରିଖରେ ପୁଣି ବର୍ଷିବ ।ଆଗାମୀ ୭ ଦିନ ଯାଏଁ ବର୍ଷା ଲାଗିରହିବ । ଅନ୍ୟପଟେ ଦକ୍ଷିଣ-ପଶ୍ଚିମରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିବ ।
ଏହରି ଭିତରେ ଲୋକଙ୍କ ମଧ୍ୟରେ ବାତ୍ୟା ଆଶଙ୍କା ନେଇ ଛନକା ସୃଷ୍ଟି ହୋଇଛି । କାରଣ ୧୯୯୯ ମସିହା ବାତ୍ୟାରେ ଠିକ ଏହିପରି କିଛି ହୋଇଥିଲା ।୨୬ ଓ ୨୭ ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ତେବେ ସୃଷ୍ଟି ହେବାକୁ ଥିବା ଦ୍ବିତୀୟ ଲଘୁଚାପର ପ୍ରଭାବ ବେଶୀ ରହିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ମାତ୍ର ପଛକୁ ପଛ ୩ଟି ଲଘୁଚାପ ନେଇ ବର୍ତ୍ତମାନ ସୁଦ୍ଧା IMD ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।
ଲଗାତାର ବର୍ଷା ଲାଗି ରହିଥିଲା । ଆଉ ଶେଷରେ ହଠାତ ଲଗାଣ ବର୍ଷାରେ ବାତ୍ୟାର ପ୍ରକୋପ ବଢିଥିଲା । ବାତ୍ୟା ନେଇ ଆଁଚଳିକ ପାଣିପାଗ ବିଭାଗ କିଛି ମଧ୍ୟ ଆକଳନ କରିନାହିଁ । ତେବେ ବାତ୍ୟା ନେଇ କୌଣସି ପ୍ରକାର ଚିନ୍ତିନ୍ତ ନ ହେବାକୁ ପାଣିପାଗ ବିଜ୍ଞାନି ମତ ଦେଇଛନ୍ତି ।