ଓଡ଼ିଶା

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ; ବଦଳିଲେ କଟକ, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର() ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କଟକ ଓ ଭୁବନେଶ୍ୱର ଡିସିପିଙ୍କର ବଦଳି ହୋଇଛି । ପିନାକ ମିଶ୍ର କଟକର ନୂଆ ଡିସିପି ହୋଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ହେଲେ ପ୍ରତୀକ ସିଂ। କଟକ ଡିସିପି ପ୍ରତୀକ ସିଂଙ୍କୁ ଭୁବନେଶ୍ୱରକୁ ବଦଳି କରାଯାଇଛି ।

ସେହିପରି ଭୁବନେଶ୍ୱର ଏସ୍‌ପି ଉମାଶଙ୍କର ଦାସଙ୍କ ସ୍ଥାନକୁ ଆସିଛନ୍ତି ଆଇପିଏସ ପିନାକ ମିଶ୍ର ଏବଂ ଉମାଶଙ୍କର ଦାଶଙ୍କୁ ଦିଆଯାଇଛି ଟ୍ୱିନସିଟିର ଅତିରିକ୍ତ ପୋଲିସ୍‌ କମିଶନର ଦାୟିତ୍ବ । ଏହାବାଦ ମନୋଜ କୁମାର ଛାବ୍ରା ହେଲେ ଜେଲ୍ ବିଭାଗ ଡିଜି । ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ଫାୟାର ସର୍ଭିସ ଦାୟିତ୍ୱ ମିଳିଥିବା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ହେଲେ ସଞ୍ଜୀବ କୁମାର ପଣ୍ଡା । କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ମିଳିଥିବା ବେଳେ IGP କମ୍ୟୁନିକେସନ ହେଲେ ଏସ୍.କେ.ଗଜଭିୟେ । ସଫିନ ଅହମ୍ମଦ କେ. ହେଲେ ଆଇଜିପି HRPC ।

Related Articles

Back to top button
WP Twitter Auto Publish Powered By : XYZScripts.com