ଓଡ଼ିଶା

ଶ୍ରୀମନ୍ଦିର ପରିକ୍ରମା ପକଳ୍ପକୁ ନେଇ ପ୍ରଶ୍ନର ଉତ୍ତର ରଖିଲେ ସଂସଦୀୟ ମନ୍ତ୍ରୀ: କହିଲେ ‘ମନ୍ଦିର ପ୍ରତି ନାହିଁ ବିପଦ’

ଭୁବନେଶ୍ୱର() ଚାଲିଛି ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ଅଧିବେଶନର ୪ର୍ଥ କାର୍ଯ୍ୟଦିବସରେ ଶୂନ୍ୟକାଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏହି ପ୍ରକଳ୍ପ ପ୍ରସଙ୍ଗରେ କମିଟି ଗଠନ କରିବାକୁ ଦାବି କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ବିକାଶ ନାଁରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ସରକାର ଦାୟୀ ରହିବେ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ।

ତେବେ ବିଧାୟକଙ୍କ ପ୍ରଶ୍ନର ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ କହିଛନ୍ତି ଶ୍ରୀ ମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି ବିପଦ ନାହିଁ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି , ମନ୍ଦିର କୌଣସି ବିପଦ ନାହିଁ । ମାର୍ଚ୍ଚ ୩୧ ତାରିଖରେ ବିଧାନସଭାର ଯେଉଁ ବିଭିନ୍ନ କମିଟି ଗଠନ ହେବ ସେହି ସମୟରେ ଶ୍ରୀ ମନ୍ଦିର ବିବାଦ ନେଇ ଏକ କିମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com