ଓଡ଼ିଶା

ଜାଡ଼ରେ ଥରୁଛି ସାରା ଓଡ଼ିଶା , ୧୦ଡିଗ୍ରୀ ତଳେ ଅଧିକାଂଶ ସହରର ତାପମାତ୍ରା

ଜାଡ଼ରେ ଥରୁଛି ସାରା ଓଡ଼ିଶା । ୬ଡିଗ୍ରୀ ତଳେ ପାରଦ ରହିବା ସହିତ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ସେମିଳିଗୁଡ଼ା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ।ଫୁଲବାଣୀ, କେନ୍ଦୁଝର, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼ ଓ ଭବାନିପାଟଣାରେ ଅଧିକ ଶୀତ ଅନୁଭୂତ ହେଉଛି । ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତା ୩ ତାରିଖରୁ ରାଜ୍ୟରେ ତାପମାତ୍ରା ଆହୁରି କମିବା ସହିତ ଶୀତ ବଢିବ । ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରା । ଉତ୍ତରା ପବନ ପ୍ରଭାବରେ ଶୀତ ଲହରି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com