
ନୂଆପଡ଼ା, ୨୩ ଅକ୍ଟୋବର : ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଆଜି ଉପଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ଶେଷ ହୋଇଛି। ମୋଟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ, ଯାହାରୁ ୫ ଜଣଙ୍କ ପତ୍ର ନାକଚ ହୋଇଛି।
ଯେଉଁ ପ୍ରାର୍ଥୀମାନଙ୍କ ନାମାଙ୍କନ ନାକଚ ହୋଇଛି, ସେମାନେ ହେଲେ, ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା, ଏବଂ ତିନିଜଣ ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଳ ଛତ୍ରିଆ ଓ ଭୁଜବଳ ଆଡ଼ବଙ୍ଗା।
ଏହିପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନା ସହିତ ୮ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ପତ୍ର କାୟମ ରହିଛି।
ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ସମୟରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ ଏବଂ ରିଟର୍ଣ୍ଣିଂ ଅଫିସର ସୁର୍ମି ସୋରେନ ଉପସ୍ଥିତ ଥିଲେ। ସମସ୍ତ ଯାଞ୍ଚ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି।
ନାମାଙ୍କନପତ୍ର ହଟାଇବା ପାଇଁ ଶେଷ ତାରିଖ ଶୀଘ୍ର ଘୋଷିତ ହେବ। ତାହା ପରେ ଉପନିର୍ବାଚନ ରେସ୍ ରେ କେତେଜଣ ପ୍ରାର୍ଥୀ ରହିବେ, ତାହା ସ୍ପଷ୍ଟ ହେବ।