
ଭୁବନେଶ୍ୱର, ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ ବନାଞ୍ଚଳରେ, କିଛିଦିନ ହେଲା ହାତୀ ଆତଙ୍କ ଲାଗିରହିଛି।
ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ବେଲାଟୁଣି ଗାଁରେ ଘଟିଛି ଅଭାବନୀୟ ଘଟଣା।
ଭୋର୍ ସମୟରେ ବିକ୍ରମ ଘରେ ଶୋଇଥିବା ସମୟରେ ଦୁଇଟି ହାତୀ ଟାଣି ଆଣିବା ସହିତ ପାଦରେ ଦଳି ମାରିଦେଇଥିଲେ ।
ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛନ୍ତି ।
ହାତୀମାନେ ଗାଁରେ ପଶି ଫସଲ ନଷ୍ଟ କରିବା ସହିତ ଘରଦ୍ବାର ଭାଙ୍ଗୁଛନ୍ତି ।




