
ନୂଆପଡା ତା.୨୮/୧୦/୨୦୨୫ : ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀ ର ଯୋଗେଶ୍ଵର ମଣ୍ଡଳ ଅନ୍ତର୍ଗତ କେରମେଲି ଗ୍ରାମ ପଞ୍ଚାୟତ ଠାରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ତଥା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ବିଜେପି ନେତୃବୃନ୍ଦ ଉପସ୍ଥିତ କର୍ମି ଓ ଗ୍ରାମବାସୀ ଙ୍କୁ ଏକ ବିକଶିତ ଓ ସମୃଦ୍ଧ ନୂଆପଡ଼ା ଗଠନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସମର୍ଥନ ରେ ନିର୍ବାଚନ ପ୍ରଚାର କରିବା ପାଇଁ ଆହ୍ବାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗେଶ୍ଵର ମଣ୍ଡଳ ଦାୟିତ୍ଵ ରେ ଥିବା ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ମୟୁରଭଞ୍ଜ ସଂସାଦ ଶ୍ରୀ ନବ ଚରଣ ମାଝି, ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି, ମଣ୍ଡଳ ସଭାପତି ସନ୍ତୋଷ ସାହୁ, କେରମେଲି ଶକ୍ତି କେନ୍ଦ୍ର ଦାୟିତ୍ଵ ରେ ଥିବା ଘନଶ୍ୟାମ ନାଏକ ଙ୍କ ସମେତ ସତାଧିକା ବିଜେପି କର୍ମୀ ଉପସ୍ଥିତ ଥିଲେ ।




