
ନୂଆପଡ଼ା ତା.୨୮/୧୦/୨୦୨୫ : ନୂଆପଡ଼ା ଉପନିର୍ବାଚନରେ ଓଡ଼ିଶା ସରକାର ଙ୍କ ମନ୍ତ୍ରୀ ଗଣ ବିଭିନ୍ନ ଅଞ୍ଚଳ ର ଦାୟିତ୍ୱ ତୁଲାଉଛନ୍ତି । ସକାଳୁ ରତି ଯାଏଁ ବିବିଧ କାର୍ଯ୍ୟକ୍ରମ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ।
ଆଜି ଓଡିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କୋମନା ବ୍ଲକ ର ଅଗ୍ରେନ୍ ପଞ୍ଚାୟତ ଓ ଦେଓଦରା ପଞ୍ଚାୟତ ରେ ମାରାଥନ୍ ଭୋଟ ପ୍ରଚାର କରିଛନ୍ତି । ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ତଥା ନୂଆପଡ଼ାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ଆଜି ନୂଆପଡା ଜିଲ୍ଲା କୋମନା ବ୍ଲକ୍ ଅଗ୍ରେନ୍ ପଞ୍ଚାୟତର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗଦେବା ସହ ଚର୍ଚ୍ଚା ଆଲୋଚନା କରିଛନ୍ତି ।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ହାତମୁଠାକୁ ଆହୁରି ଟାଣ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱାଧୀନ ‘ଲୋକଙ୍କ ସରକାର’ର ବିକାଶଧାରାରେ ନୂଆପଡାକୁ ସାମିଲ କରିବା ନିମନ୍ତେ ନୂଆପଡା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମଫୁଲରେ ଭୋଟ୍ ଦେଇ ବିଜୟୀ କରାଇବା ପାଇଁ କୋମନା ବ୍ଲକ୍ ଦେଓଦରା ପଞ୍ଚାୟତ କୁଞ୍ଜଳପଡା ଗ୍ରାମର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।



