
ଭୁବନେଶ୍ୱର, ଆଜି ରାଷ୍ଟ୍ରପତି ହରିଆଣାର ଅମ୍ବାଲା ଗସ୍ତ କରିବେ । ଆଜି ରାଫେଲରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାସହ ଫାଇଟର ଜେଟରେ ଉଡ଼ିବାରେ ସେ ତୃତୀୟ ରାଷ୍ଟ୍ରପତି ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ।ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରେ ଉଡ଼ିବେ ମାଡାମ୍ ଦ୍ରୌପଦୀ ମୁର୍ମୁ।
ହରିଆଣା ଗସ୍ତରେ ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ରାଫେଲରେ ଭରିବେ ଉଡ଼ାଣ। ଉପସ୍ଥିତ ରହିବେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର।
ରାଷ୍ଟ୍ରପତି ଯେଉଁ ରାଫେଲରେ ଉଡ଼ାଣ ଭରିବେ ତାହା ଅପରେସନ ସିନ୍ଦୂର ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ପାକିସ୍ତାନୀ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା ।
ରାଫେଲ ଯୁଦ୍ଧ ବିମାନର ଗୋଲ୍ଡେନ ଆରୋ ବା ୧୭ତମ ସ୍କ୍ୱାଡ୍ରନ୍ ଅମ୍ବାଲାରେ ଅବସ୍ଥିତ। ଏହି ସ୍କ୍ୱାଡ୍ରନର ଯୁଦ୍ଧ ବିମାନଗୁଡ଼ିକ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଉପରେ ବୋମା ମାଡ଼ କରି ଧ୍ୱଂସ କରିଦେଇଥିଲେ।
ଗସ୍ତ ସମୟରେ ସେ ରାଫେଲରେ ଉଡ଼ାଣ ଭରିବା କାର୍ଯ୍ୟକ୍ରମ ରହିଛି ।
ଉଡ଼ାଣ ସମୟରେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଅମ୍ବାଲା ଏୟାରବେସରେ ଉପସ୍ଥିତ ରହିବେ। ରାଫେଲରେ ଉଡାଣ ଭରିବାରେ ପ୍ରଥମ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ ।




