ଜୀବନଶୈଳୀରାଜନୀତି

କେନ୍ଦ୍ର କ୍ୟାବିନେଟ ମାରିଲା ମୋହର ।

 ଭୁବନେଶ୍ୱର,  ସରକାରୀ କର୍ମଚାରୀଙ୍କ ପାରିଶ୍ରମିକ ବା ଦରମାରେ ସଂଶୋଧନ ପାଇଁ କେନ୍ଦ୍ର ଦ୍ୱାରା  ୧୦ ବର୍ଷରେ ବେତନ କମିଶନ ଗଠନ କରାଯାଇଥାଏ । ଫେବ୍ରୁଆରୀ ୨୦୧୪ରେ ୭ମ ବେତନ କମିଶନ ଗଠନ କରାଯାଇଥିଲା । ଏବଂ ଏହାର ସୁପାରିଶ ୧ ଜାନୁଆରୀ ୨୦୧୬ରୁ କାର୍ଯ୍ୟକାରୀ କରାଯାଇଥିଲା ।

ହେଲେ ଏବେ ଅଷ୍ଟମ ବେତନ କମିଶନ ୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବାକୁ ଯାଉଛି ।ଜାନୁଆରୀରୁ ମିଳିବ ମୋଟା ଅଙ୍କର ଦରମା ! ଲାଗୁ ହେଲା ୮ମ ବେତନ କମିଶନ ! କେନ୍ଦ୍ର କ୍ୟାବିନେଟ ମାରିଲା ମୋହର । ମଙ୍ଗଳବାର କେନ୍ଦ୍ର ସରକାର, ସରକାରୀ କର୍ମଚାରୀଙ୍କ ପାଇଁ ଏହି ଖୁସି ଖବର ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ୮ମ ବେତନ କମିଶନକୁ ମଞ୍ଜୁରୀ ଦେଇଛି ।

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ ଏହି କମିଶନର ଅଧ୍ୟକ୍ଷ ଭାବରେ ନେତୃତ୍ୱ ନେବେ ବୋଲି ସୂଚନା ଦିଆଯାଇଛି ।
ଅଷ୍ଟମ ବେତନ ପ୍ୟାନେଲ ୧୮ ମାସ ମଧ୍ୟରେ ସୁପାରିଶ ଦାଖଲ କରିବ । ଏବଂ ଏହାକୁ ଆସନ୍ତା ଜାନୁଆରୀ ୧ ତାରିଖରୁ କାର୍ଯ୍ୟକାରୀ କରାଯିବାର ସମ୍ଭାବନା ରହିଛି । ମଙ୍ଗଳବାର କ୍ୟାବିନେଟ ବ୍ରିଫିଂରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କଥା ଗଣମାଧ୍ୟମ ଆଗରେ ରଖିଛନ୍ତି ।

ଅଷ୍ଟମ ବେତନ ଲାଗୁ ହେବା ଦ୍ବାରା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଯଥେଷ୍ଟ ବୃଦ୍ଧି ହେବ । ତା’ ସହ ପ୍ରାୟ ୬୯ ଲକ୍ଷ ପେନସନଭୋଗୀଙ୍କ ଭତ୍ତା ସଂଶୋଧନ ହେବ ।
ଅଷ୍ଟମ ବେତନ ପ୍ୟାନେଲର ନେତୃତ୍ୱ ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ନେଉଥିବା ବେଳେ, ପ୍ରଫେସର ପୁଲକ ଘୋଷ ସଦସ୍ୟ ହେବେ ଏବଂ ପଙ୍କଜ ଜୈନ ଏହାର ସଦସ୍ୟ-ସଚିବ ରହିବେ । ସରକାର ଗତ ଜୁଲାଇ ମାସରେ ଏନେଇ ସଂସଦରେ ତଥ୍ୟ ଉପସ୍ଥାପନା କରିଥିଲେ । ଏନେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ରାଜ୍ୟଗୁଡ଼ିକ ସମେତ ପ୍ରମୁଖ ଅଂଶୀଦାରଙ୍କ ଠାରୁ ମତାମତ ଲୋଡିଥିଲେ । ପରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସେତେବେଳେ କହିଥିଲେ ଯେ “ଅଷ୍ଟମ ସିପିସି ଦ୍ୱାରା ସୁପାରିଶ କରାଯିବା ପରେ ଏବଂ ସରକାରଙ୍କ ଦ୍ୱାରା ଗୃହୀତ ହେବା ପରେ” ଅଷ୍ଟମ ବେତନ କାର୍ଯ୍ୟକାରୀ କରାଯିବ । ଯାହାକୁ ଏବେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି ।

 

Related Articles

Back to top button